ଜଳେଶ୍ଵର,୩/୯ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବଡବଜାର ପୋଲ ତଳକୁ ସ୍କୁଟି ସହ ଜଣେ ମହିଳା ଖସି ଗୁରୁତର ହୋଇଥିବା ଜଣା ପଡିଛି।ସୂଚନାଯୋଗ୍ୟ ଯେ ବାଲେଶ୍ଵର ମୋତିଗଞ୍ଜ ଅଞ୍ଚଳର ଧନୀ ବେହେରା ଜଳେଶ୍ଵର ୟୁକୋ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ତାଙ୍କ ଝିଅ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢେ।ଧନୀ ଙ୍କ ପତ୍ନୀ ସୁମନ(୨୬) ଆଜି ସ୍କୁଲ ଛୁଟି ପରେ ଝିଅକୁ ଧରି ଭଡ଼ା ଘରକୁ ଫେରୁଥିବା ରାସ୍ତାର ବଡ଼ ବଜାର ପୋଲ ନିକଟରେ ଝିଅ ଗୁପଚୁପ ଖାଇବ ଅଡିବସି ଥିଲା।ସୁମନ ସ୍କୁଟି ଅଟକାଇବା ପରେ ଝିଅ ଓହ୍ଲାଇ ସ୍କୁଟିର ଡାହାଣ ପାଖକୁ ଯିବା ସହ ଜୋର ରେ ଏକ୍ସଲିଟର ମୋଡି ଦେଇଥିଲା।ତେବେ ସ୍କୁଟି ଷ୍ଟାର୍ଟ ରେ ଥିବାରୁ ୨୦ ଫୁଟ ପୋଲ ତଳକୁ ସ୍କୁଟି ସହ ସୁମନ ଖସି ପଡ଼ିଥିଲେ।ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ନେଇଥିଲେ।ସେଠାରୁ ପୁଣି ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି।

Post a Comment