କୋରାପୁଟ : (ଆଜତକ୍ ଓଡ଼ିଶା) କୋରାପୁଟ ଜିଲ୍ଲା ବିଦ୍ୟାଳୟ କ୍ରୀଡା, ଜୁନିୟର୍ ରେଡ୍ କ୍ରସ୍, ସ୍କାଉଡ ଓ ଗାଇଡ ବିଭାଗର ସାଧାରଣ ବୈଠକ ସରକାରୀ ଉଚ୍ଚ ବିଦ୍ୟାଳୟ,କୋରାପୁଟର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅର୍ପିତା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରାପୁଟ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜାନୀ,ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ , ପଟାଙ୍ଗି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଟି.ମିନତୀ, ଦଶମନ୍ତପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଗ, ବନ୍ଧୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର, ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଓ ବୋରି ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିନ କୁମାର ମଲିକଙ୍କ ସମେତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ କମିଟି ଗଠନ ସହିତ ସମ୍ପାଦକ ଭୀମ ବେହେରା , ଜୁନିଅର ରେଡ୍ କ୍ରସ୍ ଅଧିକାରୀ ଯଜ୍ଞେଶ୍ୱର ପଣ୍ଡା, ଯୁଗ୍ମ ସମ୍ପାଦକ ଅନିଲ କୁମାର ପତି ଯଥାକ୍ରମେ କ୍ରୀଡା ,ରେଡ କ୍ରସ୍ ଏବଂ ସ୍କାଉଟ୍ ଓ ଗାଇଡ ବିଭାଗର ବଜେଟ୍ ଉପସ୍ଥାପନ କରିଥିଲେ। ଶାରୀରିକ ଶିକ୍ଷକ ବାସୁଦେବ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ କୋରାପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଜେଶ ସାମରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ, ସଚିବ,ଶାରୀରିକ ଶିକ୍ଷକ ଓ ଶାରୀରିକ ଶିକ୍ଷୟିତ୍ରୀ, ଜୁନିୟର ରେଡ୍ କ୍ରସ୍ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ଏବଂ ସ୍କାଉଟ୍ ମାଷ୍ଟର ଓ ଗାଇଡ କ୍ୟାପଟେନ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ଚଳିତ ଶିକ୍ଷାବର୍ଷର ବିଭିନ୍ନ କାର୍ଯ୍ୟକ୍ରମର କ୍ରିୟାନ୍ଵୟନ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ବୈଠକରେ ସର୍ବମୋଟ ୪୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।

Post a Comment