ଭୋଗରାଇ ୦୩/୦୯ (ଚିନ୍ମୟ କୁମାର ଦାସ) ଓଡିଶାରୁ ପଶ୍ଚିମବଙ୍ଗକୁ ବେଧଡକ ଗୋରୁ ଚୋରାଚାଲାଣ ବେଳେ ଗତ (ରବିବାର)ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ କମର୍ଦ୍ଦା ଥାନା ନାଚିନ୍ଦା ଗ୍ରାମପଞ୍ଚାୟତ ଅଧିନ ଉଲୁଡା ଛକ ଠାରୁ କିଛି ଦୂରରେ ଥିବା ତାରିଣୀ ମନ୍ଦିର ପାଖରେ ତିନୋଟି ପିକଅପ ଭ୍ୟାନକୁ ଭଙ୍ଗା ରୁଜା କରିବା ସହ ଦୁଇଟି ପିକଅପ ନିଆଁ ଲଗାଇ ଦେଇଥିବା ଜଣାପଡିଛି।ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ ଗୋରୁ ମାଫିଆ ମାନେ ସକ୍ରିୟ ଥିବା ବେଳେ ପୁଲିସ କୁ ହାତବାରସି କରି ଅବାଧରେ ଓଡିଶାରୁ ପଶ୍ଚିମବଙ୍ଗକୁ ଶହଶହ ଗୋରୁ ପିକଅପ ଭ୍ୟାନ ଓ ବଡ଼ବଡ଼ ଟ୍ରକ ଯୋଗେ ଗୋ ଚାଲାଣ କରି ଆସୁଛନ୍ତି। ବିଳମ୍ବିତ ରାତିରେ ୩ଟି ପିକଅପରେ ଗୋରୁ ବୋଝେଇ କରି ମାଫିଆ ମାନେ ବାଲିଆପାଳ-କମର୍ଦ୍ଦା ମୁଖ୍ୟ ରାସ୍ତାରେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ଦୁର୍ବୃତ୍ତ ମାନେ କୌଣସି ସୂତ୍ରରୁ ଖବର ପାଇ ଗୋରୁ ବୋଝେଇ ଗାଡିକୁ ଅଟକାଇ ସେଥିରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗୋରୁ ଗାଈ ମାନଙ୍କୁ ଗାଡିରୁ ବାହାର କରି ସାରିବାପ ରେ ଭଙ୍ଗା ରୁଜା କରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡିଗୁଡିକ ଆଗକୁ ଯାଇ ପାରି ନ ଥିଲା। ଘଟଣା ସ୍ଥଳରେ ପିକଅପ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିବା ବେଳେ ପାଟି ତୁଣ୍ଡ ଶୁଣି ସ୍ଥାନୀୟ ବାସିନ୍ଦା ମାନେ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଏବଂ ଦମକଳ ବାହୀନିକୁ ଖବର ଦେଇଥିଲେ। ତେବେ ଭୋର ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗାଡ଼ି ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।ତେବେ ତିନୋଟି ପିକ ଅପ ଭେନରେ ଆନୁମାନିକ ୧୦୦ ପାଖାପାଖି ଗୋରୁ ଥିଲା ବୋଲି ଜଣାପଡ଼ିଛି।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ସମସ୍ତ ଗାଡି ପଶ୍ଚିମ ବଙ୍ଗର ହେଇଥିଲେ ମଧ୍ୟ ଓଡ଼ିଶା ଭଦ୍ରକ ଠାରୁ ଆସିବା ବାଟରେ ଏତେ ସବୁ ଥାନା ଅତିକ୍ରମ କରୁଥିଲେ ମଧ୍ୟ କେମିତି ଧରାପଡ଼ୁ ନାହିଁ।ସେରଗଡ଼ ଟୋଲ ଗୋଟ , ବାଲେଶ୍ଵର ପୋଲିସ ହଳଦୀପଦା ଥାନା ରୂପସା ଥାନା, ବସ୍ତା ଥାନା ବାଲିଆପାଳ ଥାନା ପାହାରି ଗାଡି ଗୁଡ଼ିକ କିପରି କମର୍ଦ୍ଦା ଅଞ୍ଚଳରେ ପହଞ୍ଚିୁଛି ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Post a Comment