ଜିଲ୍ଲା କାରାଗାରରେ ସାଂସଦ ପାଳନ କଲେ ରକ୍ଷାବନ୍ଧନ ଉତ୍ସବ


ବାଲେଶ୍ବର,୨/୯(ଲକ୍ଷ୍ମୀଧର ବାରିକ) ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲା କାରାଗାରରେ ଥିବା ଅନ୍ତେବାସୀଙ୍କ ସହ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସାଂସଦ ବ୍ୟକ୍ତିଗତ ଭାବେ ବିଚାରାଧୀନ ଓ ସଜାପ୍ରାପ୍ତ କଏଦୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଅନ୍ତେବାସୀଙ୍କ ଅଭିଯୋଗ ସମ୍ବନ୍ଧରେ ସାଂସଦ ଜେଲ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ତୁରନ୍ତ ନିରାକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାଂସଦଙ୍କ ସହିତ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ମମତା ମହାପାତ୍ର, ସଞ୍ଜୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post