ଭବାନୀପାଟଣା ୦୨/୦୯ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ଇ.ଟି.ସି ତାଲିମକେନ୍ଦ୍ରରେ ଆୟୋଜିତ ଦ୍ଵିତୀୟ ଦିନ ତାଲିମ ଶିବିରରେ ଭିଡିଓ ମାଧ୍ୟମରେ ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସ୍କିମ ଗୁଡିକୁ କଳାକାରମାନଙ୍କୁ ପ୍ରଦର୍ଶନ କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଡି.ଆଇ.ପି.ଆର.ଓ ମନୋଜ ବେହେରା , ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ , ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ( ଗୋଲାମୁଣ୍ଡା ) ପ୍ରଦୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଷୟ ବେଶଷଜ୍ଞ ଭାବେ “ ବିଜୁ କଲ୍ୟାଣ ଯୋଜନା ଓ ଅନ୍ୟ ସ୍ୱାସ୍ଥ୍ୟ ଯୋଜନା” ଉପରେ ଡି.ପି.ଏଚ. କମ୍ୟୁନିଟି ମ୍ୟାନେଜର ଭାରତୀ ବ୍ରହ୍ମା ଏବଂ ଆସିଷ୍ଟାନ୍ଟ ମ୍ୟାନେଜର ସୁଧାଂଶୁ ଦି ଗାଲ , “ଆଦର୍ଶ ବିଦ୍ୟାଳୟ” ଉପରେ ଡବ୍ଲୁ.ଇ.ଓ. ଶ୍ୟାମ ସୁନ୍ଦର ନାୟକ , ଯୋଗାଯୋଗ କ୍ଷେତ୍ରରେ ନାଟ୍ୟକଳା ପ୍ରଦର୍ଶନ ଓ ସ୍କ୍ରିପ୍ଟ ରାଇଟିଙ୍ଗ ବିଶେଷଜ୍ଞ ଭାବେ ଡ. ଉମେଶ ଚନ୍ଦ୍ର ଶତପଥୀ ଏବଂ ଶ୍ରୀ ପ୍ରଦୀପ ଧଙ୍ଗଡାମାଝୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ଓ କଳାକାରମାନଙ୍କୁ ଦିଗଦର୍ଶନ ଦେଇଥିଲେ । ସଭାଟିକୁ ପରିଚାଳନା କରିଥିଲେ ବି.ଏଚ.ଏସ.ଏସ ଗୋଲାମୁଣ୍ଡା ଉପସଭାପତି ପ୍ରଦୀପ ମିଶ୍ର ଏବଂ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ ସହଯୋଗ କରିଥିଲେ । ଅପରାହ୍ନରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ବେଶା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହ ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପ୍ରଚାର ପ୍ରସାର ଦିଗରେ ପଞ୍ଚାୟତ ତଥା ଗ୍ରାମ ମାନଙ୍କରେ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରିବାକୁ କହିଥିଲେ ଏବଂ ଶିବିରରେ ଯୋଗ ଦେଇଥିବା କଳାକାର ଏବଂ ବି.କେ.ଏସ.ଏସ ଉପସଭାପତି ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଶିବିରରେ କଳାକାରମାନେ ଲୋକବାଦ୍ୟ, ଘୁମୁରା , ପାଲା , ଢ଼ାପ, ସଙ୍କୀର୍ତ୍ତନ, ବଜାଶାଲ ପ୍ରମୁଖ ପ୍ରଦର୍ଶନ କରିଥିଲେ ।

Post a Comment