ଜଳେଶ୍ୱର ୧୪/୯(ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ସହର ମଧ୍ୟରେ ଥିବା ଜିକେ ଭଟ୍ଟର ଡାକ୍ତରଖାନା ମଧ୍ୟକୁ ପାଣି ପ୍ରବେଶ କରିବା ଫଳରେ ରୋଗୀ ଓ ତାଙ୍କ ସହିତ ଆସିଥିବା ସମ୍ପର୍କୀୟମାନେ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ପ୍ରାୟ ୧ମାସରୁ ଉଦ୍ଧ୍ୱର୍ ଧରି ଆଜି ସାମାନ୍ୟ ବର୍ଷା ହେଲେ ଡାକ୍ତରଖାନା ସମ୍ମୁଖ ଭାଗରେ ପାଣିର ଲହଡି ଭାଂଗିଥାଏ । ଡାକ୍ତରଖାନା ପରିସରରୁ ପାଣିନିଷ୍କାନ ହୋଇପାରୁନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି । ଏ ସଂପର୍କରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଥିବା ସ୍ଥାନୀୟ ଦୋକାନୀମାନେ କହିଛନ୍ତି । ନିକଟରେ ହୋଇଥିବା ଆର୍କେଏସ୍ ବୈଠକରେ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ ଉପସ୍ଥିତିରେ ଏହାର ସମାଧାନ ଲାଗି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କୁହାଯାଇଛି । କେତେକ ସ୍ଥାନରେ ନିର୍ମାଣ ଚାଲୁଥିବା ବେଳେ ଠିକାଦାର ମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ସମଗ୍ର ଉତ୍ତର ବାଲେଶ୍ୱର ଓ ପଶ୍ଚିମବଂଗର ବହୁ ଅଂଚଳର ରୋଗୀ ଏଠାକୁ ଆସୁଥିବା ବେଳେ ଏବଂ ପ୍ରତିଦିନ ଓପିଡିରେ ୪ଶହରୁ ଉଦ୍ଧ୍ୱର୍ ରୋଗୀ ଏଠାକୁ ଆସୁଥିବାରୁ ସେମାନଙ୍କୁ ଆଣ୍ଠୁଏ ପାଣିରେ ଯିବାକୁ ପଡୁଥିବା କେତେକ ସମ୍ପର୍କୀୟମାନେ କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Post a Comment