ଜିଲାପାଳଙ୍କ ହସ୍ତକ୍ଷେପ ପରେ ହେଲା କାର୍ଯ୍ୟାନୁଷ୍ଠାନ : ଡାକ୍ତର ଓ ବିଜେପି କର୍ମକର୍ତ୍ତକାଙ୍କ ସମ୍ମୁଖରେ ଅନଶନ ଭଙ୍ଗ
ଜଳେଶ୍ୱର ୧୪/୯(ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ବ୍ଲକର ନାମ୍ପୋ ଡାକ୍ତରଖାନା ସମ୍ମୁଖରେ ୫ ଦଫା ଦାବିରେ ବିଜେପି ପକ୍ଷରୁ ଆମରଣ ଅନଶନ ୧୧ ତାରିଖରୁ ଜାରି ରହିଥିଲା । ଡାକ୍ତର କ୍ୱାଟର, ପାଚେରୀ, ଫାଟକ ନିର୍ମାଣ ଲାଗି ମଂଜୁର ହୋଇଥିବା ୪୮ଲକ୍ଷ୨୪ ହଜାର ଟଙ୍କାର କାର୍ଯ୍ୟ ଆରମ୍ଭ କରିବା, ଷ୍ଟାଫ ନର୍ସ ସ୍ଥାୟୀ ନିଯୁକ୍ତି କରିବା, ସବ୍ ସେଣ୍ଟରର ପୁର୍ନଉଦ୍ଧାର କରିବା, ପର୍ଯ୍ୟପ୍ତ ପରିମାଣର ଔଷଧ ଯୋଗାଇବା, ଏଲଟି ରୁମ୍ରେ ସମସ୍ତ ପ୍ରକାର ପରୀକ୍ଷାର ସୁବିଧା କରିବା ଦାବିରେ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ୫ଜଣ ବରିଷ୍ଠ ନାଗରିକ ଅହରାତ୍ର ଆମରଣ ଅନସନରେ ବସିଥିଲେ । ଜିଲାପାଳଙ୍କ ନିଦେ୍ର୍ଦଶରେ ଏବଂ ବାଲେଶ୍ୱର ସିଡିଏମଓଙ୍କ ସୂଚନା ମୂଳେ ବୁଧବାର ଦିନ ପିଡବ୍ଲୁଡିର ଯନ୍ତ୍ରୀ ନିହାର ରଂଜନ ବେହେରା କାର୍ଯ୍ୟର ଲେଆଉଟ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ୧ ମାସ ଭିତରେ ଷ୍ଟାର୍ଫ ନର୍ସ ନିଯୁକ୍ତି ହେବା, ସବ ସେଣ୍ଟରକୁ ଆର୍କେଏସ୍ ଜରିଆରେ ପୁନରୁଦ୍ଧାର କରିବା, ଅତିଶୀଘ୍ର ଲେବ୍ରଟାରୀ ଟେକ୍ନିସିଆନ୍ଙ୍କୁ ସ୍ଥାୟୀ କୋଠରୀ ପ୍ରଦାନ ସହିତ ସମସ୍ତ କିଟସ୍ ଯୋଗାଇ ଦେବାର ପ୍ରତିଶୃତି ପରେ ବୁଧବାର ସଂଧ୍ୟାରେ ଅନଶନ ଭଂଗ ହୋଇଥିଲା । ସିଡିଏମ୍ଓଙ୍କ ନିଦେ୍ର୍ଦଶରେ ହାତୀଗଡ ସିଏଚ୍ସିର ଡାକ୍ତର ପ୍ରଭାସ ନାୟକ, କାର୍ଯ୍ୟରତ ଡାକ୍ତର ସ୍ୱାଗତ ସାହୁ, ବିପିଏମ୍ ସ୍ମିତା ପ୍ରମାଣିକ ପ୍ରମୁଖ ଆନେ୍ଦାଳନକାରୀଙ୍କ ସହିତ ଆଲୋଚନାପରେ ଅନଶନ ଭଂଗ ହୋଇଥିଲା । ଏହି ଆଲୋଚନାରେ ବିଜେପିର ପ୍ରବୀର ପ୍ରଧାନ, ହାଇକୋର୍ଟ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ସିଦ୍ଧାର୍ଥଶଂକର ପାଳ, ତପନ ବିଶ୍ୱାଳ, ସଂଜିବ ସେନାପତି, ଆଦିତ୍ୟ ନାରାୟଣ ପାତ୍ର, ବିନୋଦ ବିହାରୀ ମହାନ୍ତି, ରବିନ୍ଦ୍ର ପାତ୍ର, ପରମାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment