ଅଙ୍ଗନବାଡି ଦିଦି ଙ୍କ ଜିଦ୍ ପାଇଁ ଛୋଟ କୁନିକୁନି ଶିଶୁ ଙ୍କ ଜୀବନ ବିପଦରେ ଅଭିଭାବଙ୍କ ସାମ୍ବାଦିକ ସମ୍ମିଳନୀ


ବାଲିଆପାଳ, ୧୪/୯ (ପ୍ରଭାକର ମଲ୍ଲିକ) : ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରସଲପୁର ଗ୍ରାମ ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି ଦିଦି ବୈଜନ୍ତି କରଣ ଙ୍କ ନିଜର ସ୍ବାର୍ଥ ଓ ନିଜ ଜିଦ୍ ପାଇଁ କୁନି କୁନି କୁମଳମତି ଛାତ୍ର ଛାତ୍ରୀ ଙ୍କ ଜୀବନ ବାଜିରେ ଲାଗିଛି ।ହିଁ ରସଲପୁର ୧ନମ୍ବର ଅଙ୍ଗନବାଡି କେନ୍ଦ୍ର ର ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରସାଶନ ଙ୍କୁ ଗୁହାରୀ ଯେ ୧ ନମ୍ବର ଅଙ୍ଗନବାଡି କେନ୍ଦ୍ର ଙ୍କୁ କୁନି ଛାତ୍ର ଛାତ୍ରୀ ଓ ଗର୍ଭବତୀ ମହିଳା ମାନଙ୍କ ଯାତୟାତ ବିପଦ ଥିବାରୁ ଏହି ସଂର୍ପକରେ ବାଲେଶ୍ବର ଜିଲ୍ଲା ପାଳ ଙ୍କୁ ଜନଶୁଣାଣୀରେ ରସଲପୁର ଅଙ୍ଗନବାଡି କେନ୍ଦ୍ର ୧ ଏରିଆ ପିଲାମାନେ ଦୁଇପାଖ ଗଭୀର ଗଢିଆ ମଝି ଦେଇ ରସଲପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ର ହେଉଥିବା ବୈଜୟନ୍ତି କରଣ ଙ୍କ ଘରକୁ ପାଠ ପଢିବାକୁ ଯାଉଛନ୍ତି ।ଏପଟେ ମୁଖ୍ଯା ରାସ୍ତା ଦେଇ ୨ କିଲୋମିଟର ପର୍ଯ୍ଯାନ୍ତ ଚାଲି ଚାଲି ଯାଉଛନ୍ତି ।ଏହି ବାବଦରେ ବାଲିଆପାଳ ସିଡିପିଓ ଙ୍କୁ ମଧ୍ଯ୍ଯ ଅଭିଯୋଗ କରିବା ପରେ ବାଲିଆପାଳ ସିଡିପିଓ ସୁପରଭାଇଜର ଙ୍କ ଜରିଆରେ ତଦନ୍ତ କରି ବିଷ୍ଣୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟରେ ଛାତ୍ର ଅଭିଭାବକ , ମା କିମିଟି , ଯାଞ୍ଚ କମିଟି ,ଗର୍ଭବତୀ କମିଟି ମାନଙ୍କୁ ନେଇ ଏକ ଆଲୋଚନା ବୈଠକ କରି ସରକାରଙ୍କ ନିୟମ ଅନୁଯାୟୀ ଅଙ୍ଗନବାଡି କର୍ମୀ କିମ୍ବା ସହାୟକ ଘରେ ଅଙ୍ଗନବାଡି କେନ୍ଦ୍ର ହୋଇ ପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା । ସୁପରଭାଇଜର ମହାଶୟା ସମସ୍ତ ଘର ତଦନ୍ତ କରି ସର୍ବ ଶେଷରେ ଜୟନ୍ତ ସାହୁ ଘର ଅଙ୍ଗନବାଡି କାର୍ଯ୍ଯା ହେବା ନେଇ ସର୍ବସମିତି କ୍ରମେ ନିଷ୍ପତି ନିଆଯାଇଥିଲା । କିନ୍ତୁ ଦୁଃଖ ପରିତାପର ବିଷୟ ଏହି ନିଷ୍ପତି ଙ୍କୁ ଆଜି ଯାଏ ଅଙ୍ଗନବାଜି କର୍ମୀ ନିଜ ଜିଦ୍ ରେ ଅଟଳ ଛୋଟ ଛୋଟ ପିଲାଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି ।

Post a Comment

Previous Post Next Post