ଏଟିମ ରୁ ବାହାରୁଛି ରଙ୍ଗିନ ଓ ଫଟା ନୋଟ


ଭୋଗରାଇ ୦୩/୦୯ (ଚିନ୍ମୟ କୁମାର ଦାସ) କମର୍ଦ୍ଦା ଛକ ନିକଟରେ ଥିବା ଏ ଟିମରୁ ବାହାରୁଛି ରଙ୍ଗିନ ଓ କଟା ନୋଟ ।ଏଭଳି ଘଟଣା ଦେଖିବାକୁ ମିଳୁଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଛକ ନିକଟରେ ଥିବା SBI ଏଟିମରେ ଆଜି ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିଲା ଟଙ୍କାର ଆବଶ୍ୟକତା ଥିବାରୁ ବଡ଼ମନ୍ଦାରୁଣୀ ଗ୍ରାମର ସତ୍ୟରଞ୍ଜନ ଖଟୁଆ ଆଜି ସଂଧ୍ୟା ୬.୧୫ ମିନିଟ ସମୟରେ କମର୍ଦ୍ଦା ଛକ ନିକଟରେ ଥି ବା SBI ଏଟିମରୁ ୧୦. ୦୦୦ ଟଙ୍କା ଉଠାଇ ଥିଲେ ମାତ୍ର ଦଶ ହଜାର ଟଙ୍କାରୁ ୮ଟି ୫୦୦ ଟଙ୍କିଆ ରଙ୍ଗିନ ଓ ଟଙ୍କା ବାହାରିଛି ।ଏହି ରଙ୍ଗୀନ ଓ କଟା ନୋଟ୍ ସାଧାରଣ ବଜାରରେ ଚଳୁ ନାହିଁ। ସତ୍ୟରଞ୍ଜନ SBI ହେଲ୍ପ ଲାଇନ୍ ନମ୍ବରେ ଯୋଗା ଯୋଗ କରିଥିଲେ। ଆସନ୍ତା କାଲି ଭୋଗରାଇ ଠାରେ ଥିବା ଦେହୁଦା SBI ଶାଖାକୁ ଯାଇ ନୋଟ ବଦଳିବା ପାଇଁ କହିଛନ୍ତି।

Post a Comment

Previous Post Next Post