ଦିଲ୍ଲୀ ଅମୃତବଟିକା ନିମନ୍ତେ କବି ଦୀନକୃଷ୍ଣ ସ୍ମୃତିପିଠରେ "ମୋ ଦେଶ ମୋ ମାଟି" କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଳେଶ୍ୱର : ୧୪/୯(ଜଗନ୍ନାଥ ଗୋଛାୟତ), ଜଳେଶ୍ୱର ମାଟିର ଗର୍ବ ଗୌରବ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ ଜନ୍ମସ୍ଥାନ, ମୁଣତୁଣିଆଠାରେ ଭାରତୀୟ ଜନତା ପାର୍ଟି ତରଫରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖୁଦିଆ ମାଝିସାହି ପଞ୍ଚାୟତର ବିଜେପି ସଭାପତି ସୁଶାନ୍ତ ଘୋଷ ଏବଂ ଜୋନ ଯୁବମୋର୍ଚ୍ଚାର ସଭାପତି ବିପ୍ଳବ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ଆବାଳ ବୃଦ୍ଧ ବନିତା ଦ୍ୱାରା ଅନୁଷ୍ଠିତ ହଇଯାଇଛି । ଏଥିରେ ସୁବର୍ଣ୍ଣରେଖା ମଣ୍ଡଳର ପ୍ରଭାରୀ ଇଂ ପରମାନନ୍ଦ ମହାପାତ୍ର, ମଣ୍ଡଳ ସଭାପତି ବିଶ୍ଵରୂପ ଦାସ, ଯୁବ ସମାଜସେବୀ ସଂଗ୍ରାମ ଜେନା, ବରିଷ୍ଠ ଆଇନଯିବି ନୃସିଂହ ଦାସମହାପାତ୍ର, ସଞ୍ଜୟ ଘୋଷ, ତପନ ସାହୁ, ସନ୍ତୋଷ ସାହୁ, ରାମହରି ବେହେରା, ପାର୍ବତୀ ସାହୁ, ଅନିତା ସାହୁ, ଅପର୍ଣ୍ଣା ଘୋଷ,ଆରତୀ ଘୋଷ,ଗୀତାଞ୍ଜଳି ଘୋଷ,ମାଳତୀ ହଟୋଇ, ଅଶ୍ୱିନୀ ଘୋଷ, ରୁଦ୍ରକାନ୍ତ ଘୋଷ,ଦୀପକ ସାହୁ, କୌଶିକ ସିଟ,ଗଣେଷ ସିଂ,ଦିବାକର ଢୁନିକ, ଅଜିତ ସିଂ, ପ୍ରଭାତ ପାଳ ପ୍ରମୁଖ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ । ଚଳିତ ମାସଶେଷରେ ଦିଲ୍ଲୀର କର୍ତଵ୍ୟପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତ ମାଟିର ବୀରଙ୍କ ଉଦେଶ୍ୟରେ ନିର୍ମାଣ ହେବାକୁ ଥିବା ଅମୃତ ବଟିକା ନିମନ୍ତେ ଦୀନକୃଷ୍ଣ ପିଠରୁ ମାଟିକୁ ଦିଲ୍ଲୀ ପଠାଯିବ।

Post a Comment

Previous Post Next Post