ଅମର୍ଦାରୋଡ ,୨/୯( ପ୍ରଭାକର ମଲ୍ଲିକ ) ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତ ହବିଗଞ୍ଜ ଗ୍ରାମର ମାଆ, ପୁଅକୁ ହତ୍ୟା ଉଦ୍ୟମ ଘଟଣାକୁ ଚାରି ଦିନ ବିତିଗଲାଣି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିବା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷରେ ଆହତ ମାଆ, ପୁଅ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,ଗତ ଅଗଷ୍ଟ ୩୦ ତାରିଖରେ ଏହି ଗ୍ରାମର ବିକାଶ ଦଳେଇ ଜଣେ ସହଯୋଗୀକୁ ବସାଇ ବାଇକରେ ଯାଉଥିବା ବେଳେ ଅଭିଯୋଗକାରୀ ଭାସ୍କର ସାହୁଙ୍କ ଛେଳିକୁ ଚପାଇ ଦେଇଥିଲେ। ଏହି କଥାକୁ କେନ୍ଦ୍ର କରି ବିକାଶ ଦଳେଇ ଓ ତାଙ୍କ ମାଆ ଆସି ଭାସ୍କର ସାହୁଙ୍କ ଘରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଭାସ୍କରଙ୍କ ପୁଅ ବଳଭଦ୍ର ପ୍ରତିବାଦ କରିବାରୁ ବିକାଶ ଓ ତାଙ୍କ ମାଆ ଉତ୍ତେଜିତ ହୋଇ ବଳ ଭଦ୍ର ଓ ତାଙ୍କ ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏକ ବାଉଁଶ ଠେଙ୍ଗାରେ ପିଟି ବଳଭଦ୍ରଙ୍କ ହାତ ଭାଙ୍ଗିଦେଇ ହତ୍ୟା ଉଦ୍ୟମ କରିଥିଲେ। ଗାଁ ଲୋକେ ପହଞ୍ଚିଯିବାରୁ ସେମାନେ ଚମ୍ପଟ ମାରିଥିଲେ। ଆହତ ମାଆ, ପୁଅଙ୍କୁ ପ୍ରଥମେ ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥାରେ ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା।ଅଭିଯୋଗକାରି ସେହିଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମାତ୍ର ପୋଲିସ କୌଣସି ମାମଲା ରୁଜୁ ନକରି ହାତ ବାନ୍ଧି ଚୁପ ବସିଛି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଆଇନ ବ୍ୟବସ୍ଥା ଏକରକମ ଭୁଶୁଡି ପଡିଛି। ନ୍ୟାୟ ନ ମିଳିଲେ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Post a Comment