ବାଲେଶ୍ଵର,୨/୯ (ଲକ୍ଷ୍ମୀଧର ବାରିକ) ରେମୁଣା ବ୍ଲକ ବଡପାଳ ପଞ୍ଚାୟତ ଅନ୍ତର୍ଗତ ବରବାଙ୍କ ଗ୍ରାମକୁ ଯାତାୟାତ ପାଇଁ ପକ୍କା ରାସ୍ତା ଟିଏ ନଥିଲା, ବାଉଁଶ ପୋଲ ପାର ହୋଇ ଲୋକ ଯାଉଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଜୁ ସେତୁ ଯୋଜନାରେ ୪କୋଟି ୯୩ଲକ୍ଷ୍ୟ ଟଙ୍କା ର ବ୍ୟୟ ରେ ପ୍ରସନ୍ନ ପୋଲ ଏବଂ ୬କୋଟି ୫୫ଲକ୍ଷ୍ୟ ଟଙ୍କାର ବ୍ୟୟ ରେ ଗଙ୍ଗାହାର ପୋଲ ଟେଣ୍ଡର ସରିଥିବା ବେଳେ ସିଏମଆରଏଲ ଯୋଜନା ରେ ୨କୋଟି ୧୬ଲକ୍ଷ ଟଙ୍କାର ବ୍ୟୟ ରେ ବଡ଼ପାଳ ଆରଡ଼ି ରୋଡ଼ ଠାରୁ ମୟୂରଭଞ୍ଜ ବୋର୍ଡ଼ର ଭାୟା ବରବାଙ୍କ ରାସ୍ତାର ଟେଣ୍ଡର ବାହାରି ସାରିଛି। ଏସବୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା ଙ୍କ ଉଦ୍ୟମ ତଥା ଜିଲ୍ଲା ପରିଷଦ ଅଭିମନ୍ୟୁ ଧିନ୍ଦା, ସରପଞ୍ଚ ଇଞ୍ଜିନିୟର କମଳ ଲୋଚନ ପଣ୍ଡା, ବିଜୁ ଯୁବଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଏବଂ ସମସ୍ତ ନେତୃମଣ୍ଡଳୀ ଙ୍କ ପ୍ରଚେଷ୍ଟା ରେ ସମ୍ଭବ ହୋଇପାରିଥିବାରୁ, ବରବାଙ୍କ ଗ୍ରାମବାସୀଙ୍କ ତତଫରୁ ସମସ୍ତ ନେତୃମଣ୍ଡଳୀ ଙ୍କୁ ଶୁଭେଛା ଜଣାଇବା ସହ ଧନ୍ୟବାଦ୍ ଅର୍ପଣ କରାଯାଇଛି।
ଦୀର୍ଘ ଦିନର ସ୍ବପ୍ନ ସାକାର ହେବା ନେଇ ନେତୃମଣ୍ଡଳୀ ଙ୍କୁ ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ
ଆଜତକ ଓଡ଼ିଶା
0
Post a Comment