ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାକୁମ୍ଭ ପ୍ରଚାର ଗାଡିର ଶୁଭାରମ୍ଭ


ସିନାପାଲି, ୦୨/୯ (ପ୍ରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ନେହେରୁ ମଣ୍ତପ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାକୁମ୍ଭ ୨୦୨୩ ର ପ୍ରଚାର ଗାଡିର ଶୁଭାରମ୍ଭ ଶନିବାର ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ସିନାପାଲି ବ୍ଲକ ର ପୂର୍ବତନ ଫୁଟବଲ ଖେଳାଳି ଶ୍ରୀଯୁକ୍ତ ହେରାମ୍ବ ଯୋଶୀ ଙ୍କ କରକମଳରେ ଶୁଭାରମ୍ଭ କରା ଯାଇଥିଲା । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ମ୍ରୁତ୍ତି ରେ ମାଲ୍ୟାର୍ପଣ କରି ପବିତ୍ର ପୂଜାଅର୍ଚ୍ଚନା ପରେ ଶୁଭାରମ୍ଭ କରାଯାଇଥିଲା। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାକୁମ୍ଭ ପ୍ରଚାର ଗାଡି ସିନାପାଲି ବ୍ଲକ ଅନ୍ତର୍ଗତ ୨୭ ଗୋଟି ଗ୍ରାମ ପଞ୍ଚାୟତ ର ଅନେକ ଗ୍ରାମ ରେ ବୁଲିବୁଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଯୋଗଦାନ କରିବାକୁ ଡାକବାଜି ଯନ୍ତ୍ର ସହାୟତା ରେ ବାର୍ତ୍ତା ପ୍ରଚାର କରିବ। ସୁଚନାଯୋଗ୍ୟଯେ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ଗ୍ରାମିଣ କ୍ରୀଡାର ବିକାଶ ପାଇଁ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ନେତୃତ୍ବ ରେ ଚଲିତ ମାସ ତଥା ସେପ୍ଟେମ୍ବର ୨୫ ତାରିଖରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଖଡିଆଳ ଠାରେ ଏକ ଫୁଟବଲ ମହାକୁମ୍ଭ ଆୟୋଜନ କରାଯାଇଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଖଡିଆଳ, ସିନାପାଲି, ବୋଡେନ ବ୍ଲକ ର ୬୮ ଗୋଟି ଗ୍ରାମ ପଞ୍ଚାୟତ ଓ ଖଡିଆଳ ଏନଏସି ର ୨ଟି ଦଲ ଅଂଶ ଗ୍ରହଣ କରିବ। ଏହି ଶୁଭାରମ୍ଭ ବେଲେ , ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ, ସମିତିସଭ୍ୟ ମନିଷ ପଟେଲ, ତୁଲସିରାମ ମେହେର, ପିୟୁଷ ପଟେଲ, ଅଜିତ ଯୋଶୀ, ଅମିତ ଜୈନ, ମଧୁ ଜୈନ, ପ୍ରକାଶ ପାତ୍ର, ବିହାରୀ ଲାଲ ମଶ୍ରା, ଅଫତାବ ମହମ୍ମଦ,ଅରିଗଞ୍ଜନ ଯୋଶୀ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

Post a Comment

Previous Post Next Post