ପ୍ରକୃତି ପ୍ରେମୀ ଓ ସମାଜ ସେବୀ ଜାତୀୟ ପତକା ଉତ୍ତୋଳନ କରିବା ସହ ସମାଜ କୁ ଦିଗ୍ ଦର୍ଶନ ଦେଲେ


ବାଲିଆପାଳ (ପ୍ରଭାକର ମଲ୍ଲିକ) ତ୍ରିରଙ୍ଗା ଆମର ଏକତା ଓ ପରିଚୟ । ବିଗତ ଦିନରେ ଭାରତ ହୋଇଥିବା ଅତ୍ୟାଚାରରୁ ମୁକ୍ତ ହୋଇ ସ୍ଵାଧୀନତା ହାସଲ କରିଥିଲା। ପ୍ରତ୍ୟେକ ଭାରତୀୟ ପାଇଁ ସ୍ଵାଧୀନତା ଦିବସ ହେଉଛି ଏକ ଗୌରବର ଦିନ। ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଣତ ହୋଇଥିଲା। ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ୧୫ ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଇଥାଏ। ପ୍ରତିଟି ଭାରତୀୟ ରକ୍ତରେ ଆଜିବି ସେହି ଅତ୍ୟାଚାର ମନେ ପକାଇଦିଏ ଭାରତ ଅତୀତ ତେଣୁ ତିରଙ୍ଗା ପତକା ଉଡ଼ାଇ ଏହି ଦିନକୁ ସ୍ବରଣ ସ୍ମ ରଣ କରାଯାଏ ।ଭାରତୀୟ ଏକ ସର୍ବଭୋମି ୟ ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ ସେହି ଦେଶ ନାଗରିକ ମାନଙ୍କ ମୌଳିକ ଅଧିକାର ସୁରକ୍ଷା ଦେଇ ଥାଏ। କିନ୍ତୁ ସ୍ବାଧୀନତା ପୂର୍ବରୁ ବିଟିଷ୍ଟ ମାନେ ଅତିଆର କରି କରିଥିଲେ। ଇଂ ରେଜ ସରକାର ସେତେ ବେଳକୁ ନିଜ ବିପୋଳ ବିପୁଳ ସୈନିକ ବଳଙ୍କ ଦ୍ଵାରା ଅନ୍ୟ ସ୍ବାଧୀନ ଦେଶ ମାନଙ୍କୁ ଅଧିକୃତ କରିବା ସହ ଭାରତ ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ର ମାନ ପ୍ରତିଷ୍ଠା କରି ସାରିଥିଲେ। ବ୍ରିଟିଶର ନିଷ୍ଠୁର ଅତ୍ୟାଚାରରେ ଅତିଷ୍ଠ ହୋଇ ଭାରତର ବୀର ଯବାନ ମାନେ ଆନ୍ଦୋଳନ ଆରମ୍ଭ କଲେ ଆଉ ବିଜୟ ହାସଲ କଲେ। ସେଥି ପାଇଁ ପ୍ରତି ବର୍ଷ ଅଗଷ୍ଟ ୧୫ ରେ ଭାରତ ସ୍ବାଧୀନତା ଦିବସ ପାଳନ କରି ଦେଶକୁ ଗର୍ବ ଏବଂ ଗୌରବ ଦେଶପ୍ରେମ ରଙ୍ଗରେ ପରିପୂର୍ଣ୍ଣ ଚିତ୍ର ରେ ପରିଣତ କରିଥଲା । ଆଜି ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଗାଁ ଠୁଁ ସହର ପଲ୍ଲୀରୁ ଦିଲ୍ଲୀ ହୋଇଛି ତ୍ରିରଙ୍ଗାମୟ । ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ପ୍ରକୃତି ପ୍ରେମୀ ସମାଜ ସେବୀ ମକରା ଜେନା ସହଯୋଗ କରିଥିଲେ ରାକେଶ ଜେନା , ନରୀ ଜେନା ,ସତ୍ୟ ଜେନା ,ଗଗନ ଜେନା ଏବଂ ଜାତୀୟ ସଙ୍ଗୀତ ଗାନ କରିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ହାତରେ ଜାତୀୟ ପତାକା ଧରି ସ୍ଳୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ଯାହାକି ଆଜି ବାଲିଆପାଳ ଅଞ୍ଚଳରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଆଜି ୧୫ ଅଗଷ୍ଟ ର ଏହି ସୁବର୍ଣ୍ଣ ଦିବସ ସମଗ୍ର ଦେଶ ଏକଜୁଟ ହୋଇ ଭାରତର ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣ ଭାରତ ମାତା କି ଜୟର ଧ୍ବନିରେ ମୁଖରିତ ହୋଇଛି । ଦିଲ୍ଲୀରୁ ପଲ୍ଲୀ ପ୍ରତ୍ୟେକ ଜାଗାରେ ଆଜି ଦେଶ ପାଳୁଛି ୭୭ ତମ ସ୍ଵାଧୀନତା ଦିବସ। କିଏ ତ୍ରିରଙ୍ଗା ସ୍ୟାଲୁଟ କରୁଛି ତ କିଏ ସ୍ଵାଧୀନତାର ରଙ୍ଗରେ ରଙ୍ଗୀନ ହୋଇ ବୀର ଯୋଦ୍ଧାଙ୍କୁ ମନେପକାଇଛନ୍ତି। ଆଉ ଆମ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଭାଷଣରେ ଲୋକଙ୍କୁ ନାରୀଶକ୍ତିର କିଛି ଝଲକ କହିଛନ୍ତି। ସେ କହିଛନ୍ତି ଯେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତର ନାଗରିକ ଭାବରେ ଆମର ଗୋଟିଏ ପରିଚୟ। ଭାରତ ଆଜି ସ୍ଵାଧୀନ ସତ ହେଲେ ୟା ପଛରେ ରହିଛି ଅନେକ ବୀର ମାନଙ୍କ ବଳିଦାନ। ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା କିଛି କମ ନଥିଲା। ଯେମିତି କନକଲତା ବାରୁଆ, କସ୍ତୁରବା ଗାନ୍ଧୀ, ସରୋଜିନୀ ନାଇଡୁ, ରମା ଦେବୀ, ଅରୁଣା ଆସଫ ଅଲି ଏବଂ ସୁଚେତା କ୍ରିପ୍ଲାନି ଥିଲେ ମହିଳାମାନଙ୍କର ପଥପ୍ରଦର୍ଶକ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ପାଇଁ ଅନେକ ବାର୍ତ୍ତା ଦେଇଛନ୍ତି। ଆମର ପ୍ରତ୍ୟେକଙ୍କର ଅନେକ ପରିଚୟ ଅଛି ହେଲେ ପ୍ରତ୍ୟେକଙ୍କର ସମାନ ସୁଯୋଗ, ସମାନ ଅଧିକାର ଏବଂ ସମାନ କର୍ତ୍ତବ୍ୟ ଅଛି। ଆମର ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶିକା। ଆମର ସ୍ୱାଧୀନତା ସଂଗ୍ରାମର ଆଦର୍ଶ ମଧ୍ୟରେ ମହିଳାଙ୍କ ଭୂମିକାକୁ ରାଷ୍ଟ୍ରପତି ଦ୍ରୌପଦୀ ମନେପକାଇଛନ୍ତି। ୧୫ ଅଗଷ୍ଟ ୧୯୪୭ରେ ଦେଶ ଦେଖିଥିଲା ନୂଆ ସକାଳ ଆମେ କେବଳ ବିଦେଶୀ ଶାସନରୁ ସ୍ୱାଧୀନତା ପାଇନାହୁଁ ବରଂ ଆମର ଭାଗ୍ୟକୁ ନୂଆକରି ଗଢିବାର ସ୍ଵାଧୀନତା ମଧ୍ୟ ପାଇଛୁ ବୋଲି ସେ କହିଚନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ମହିଳାଙ୍କ ଆର୍ଥିକ ବିକାଶକୁ ବିଶେଷ ଧ୍ୟାନ ଦିଆଯାଉଛି ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାସହ ସମାଜରେ ନାରୀମାନଙ୍କ ସ୍ଥିତିକୁ ଦୃଢ କରିବାର ଏକ ଉତ୍ସାହ ଦେଉଛି। ଆମ ଦେଶରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି। ଭାରତକୁ ବିଶ୍ୱରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବାରେ ସାହାଯ୍ୟ କରିବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧା ଅର୍ପଣ କରିଥିଲେ। ସେମାନଙ୍କ ବଳିଦାନ ଭାରତକୁ ଯୋଗ୍ୟ ସ୍ଥାନ ହାସଲ କରିବାରେ ସହାଯ୍ୟ କରିଛି।ବିଶ୍ଵରେ ଭାରତର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଭାରତ କେବଳ ବିଶ୍ୱରେ ନିଜର ସ୍ଥାନ ହାସଲ କରିନାହିଁ, ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ପ୍ରଦର୍ଶିତ କରୁଛି। ବିକାଶ ଏବଂ ମାନବିକତାକୁ ପ୍ରୋତ୍ସାହିତ କରିବାରେ ଭାରତ ସଵୁବେଳେ ପ୍ରଥମ। ବିଶେଷକରି ଜି - ୨୦ ର ଆନ୍ତର୍ଜାତୀୟ ଫୋରମର ନେତୃତ୍ୱ ମିଳିଛି ଭାରତକୁ। ଆଜି ବିଶ୍ଵ ଜନସଂଖ୍ୟାର ଦୁଇ-ତୃତୀୟାଂଶକୁ ପ୍ରତିନିଧିତ୍ଵ କରୁଛି, ଅନେକ କାର୍ଯ୍ୟକାରୀଣି ବୈଠକ ଭାରତରେ ଅନୁଷ୍ଠିତ ହେଉଛି। ଜି -୨୦ ବିଷୟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, “ଭାରତ ବାଣିଜ୍ୟ ଏବଂ ଅର୍ଥନୀତି କ୍ଷେତ୍ରରେ ଏଜେଣ୍ଡା ଭାବେ କାମ କରୁଛି। ସଵୁ ସମସ୍ୟାର ମୁକାବିଲା କରିବାରେ ଭାରତର ନେତୃତ୍ୱ ଏହି ଦିଗରେ ପ୍ରଭାବଶାଳୀ କାର୍ଯ୍ୟକୁ ଆଗକୁ ବଢାଇପାରିବେ। ଶେଷରେ ରାଷ୍ଟ୍ରପତି ମୁର୍ମୁ ଦେଶକୁ ଶୁଭେଚ୍ଛା ଜଣାଇବା ସହ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଗୌରବର ଗାଥା ବଖାଣିଛନ୍ତି।

Post a Comment

Previous Post Next Post