ଧର୍ମଗଡ଼ (ପ୍ରଦିପ ସେଠିଆ) ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ଲୋକଙ୍କୁ ଆଖି ଠାର ।ଅଞ୍ଚଳ ରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ଅନେକ ସ୍ଥାନରେ ଅଚଳ ହୋଇ ପଡିଛି।କେବଳ ଗାଁ କୁ ଶୋଭାବର୍ଦ୍ଧନ କରିବା ବ୍ୟତୀତ ମୂଳ ଉଦେଶ୍ୟରୁ ବାହାରି ପଡିଛି।କହିବାକୁ ଗଲେ ଧର୍ମଗଡ଼ ଅଞ୍ଚଳ ୪୦ପ୍ରତିଶତ ବସୁଧା ଯୋଜନା ଫେଲ ମାରିଥିବା ଚର୍ଚ୍ଚା ହେଉଛି।କେଉଁଠି ଓଭର ଟ୍ୟାଙ୍କ ରୁ ପାଣି ଝରୁଛି ତ କେଉଁଠି ମଟର ପୋଡି ଜଳ ଯୋଗାଣ ଠପ ପଡିଛି।ସେଭଳି କୋଉଠି ପାଇପ ଫାଟି ଯାଇଛି ତ ପୁଣି କୋଉଠି ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି।ବଡ଼ ଆଶ୍ଚର୍ଯ୍ୟ ବିଷୟ ବିଭାଗ ପାଖରେ ଏସବୁ ଖବର ଥିଲେ ହିଁ ସ୍ଥାଣୁ ପାଳିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ। ବିଶେଷ ଭାବେ ବିଭାଗ ର ଅଣଦେଖା ଓ ରକ୍ଷଣାବେକ୍ଷଣ ଅଭାବ ସମେତ ଅବହେଳା କାରଣରୁ ଅନେକ ସ୍ଥାନରେ ବସୁଧା ଯୋଜନା ପଙ୍ଗୁ ହୋଇ ପଡ଼ିଥିବା ଅଭିଯୋଗ ହେଉଛି।ଧର୍ମଗଡ଼ ବ୍ଲକ୍ ଛଞ୍ଚାଣ ବାହାଲ ପଂଚାୟତ ବେହେରା ଗୁଡା ଗ୍ରାମରେ ଥିବା ବସୁଧା ଯୋଜନା ଦୀର୍ଘ ୨ମାସ ଧରି ଅଚଳ ହୋଇ ପଡିଥିବା ଅଭିଯୋଗ ହେଉଛି।ଯାହା ଗ୍ରାମରେ ଏବେ ଜଳ ସମସ୍ୟା ଦେଖାଦେଇଛି । ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ବିଶୁଦ୍ଧ ଜଳ ଯୋଗାଣ ହେବା ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା।ହେଲେ ଲୋକ ଙ୍କ ଭିତରେ ସେହି ଉତ୍ସାହ ଆଉ ବେଶି ଦିନ ରହିପାରିଲା ନାହିଁ। ଗତ ୨୦୨୦/୨୦୨୧ ମସିହାରେ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟ ଶେଷ ହୋଇ ଜଳ ଯୋଗାଣ ଆରମ୍ଭ ରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ମାସ ଧରି ଠପ୍ ହୋଇ ପଡ଼ିଥିଲା । ଗ୍ରାମ ବାସୀ ଏନେଇ ଅଭିଯୋଗ କଲାପରେ ପୁଣି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ଘରକୁ ଘର ପାଇପ ଯୋଗେ ଜଳ ଯୋଗାଣ ଆରମ୍ଭ ହେଲା । ତେବେ କିଛି ମାସ ପରେ ପୁଣି ବିଭିନ୍ନ ସ୍ଥାନରେ ପାଇପ ଫାଟି ଯିବା ଫଳରେ ଜଳ ଯୋଗାଣ ଠପ୍ ହୋଇ ପଡ଼ିଛି । ଯାହା ଫଳରେ ଗ୍ରାମବାସୀ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହିଁ ବିଭାଗ ଆଖି ବୁଜି ଦେଇଥିବା ବେଳେ ଗତ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଗ୍ରାମବାସୀ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନ ମିଳିବାରୁ ପୁଣି ଥରେ ସୋମବାର ଦିନ ଧର୍ମଗଡ଼ ଠାରେ ହୋଇଥିବା ଜିଲ୍ଲା ପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିରରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଶିବିର ରେ ଜିଲ୍ଲା ପାଳ ତାର ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀ ଙ୍କୁ ତାଗିଦକରିବା ସହ ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଗ୍ରାମର ସରପଞ୍ଚ ପ୍ରତିନିଧି ଗଗନେ ସ୍ୱର ବେମାଲ ,ସୀମାଞ୍ଚଳ ବାରିକ,ଦେବେନ୍ଦ୍ର ନାଏକ ସୋଭିତ ଗାନ୍ଧୀ ପ୍ରମୁଖ ପ୍ରକାଶ କରିଛନ୍ତି । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଧର୍ମଗଡ଼ କୁ ପଚାରିବାରୁ ଖୁବ ଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

Post a Comment