ନିଲଜି ଉ,ପ୍ରା ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ


ନୂଆପଡ଼ା (ପ୍ରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ନିଲଜି ଉ,ପ୍ରା ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇ ଯାଇଛି, ଏହି ଅବସରରେ ଅନୁଷ୍ଠିତ ହୋଇ ଥିବା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସତ୍ୟ ବ୍ରତ ଗହିର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସିନାପାଲି ଗାୟତ୍ରୀ ମନ୍ଦିର ଟ୍ରଷ୍ଟ ର ଟ୍ରଷ୍ଟି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମେହେର ଏବଂ ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଶ୍ରୀ ରାକେଶ ମିଶ୍ର ଯୋଗ ଦେଇ ଥିଲେ,ଅତିଥି ଗଣ ହକି ଖେଳ ର ଯାଦୁକର ଧ୍ୟାନ ଚାନ୍ଦ ଙ୍କ ଜୀବନୀ , ତାଙ୍କ କ୍ରୀଡା ଦକ୍ଷତା ଓ ଖେଳର ଉପକାରିତା ଉପରେ ଆଲୋଚନା କରିଥିଲେ, ବିଜ୍ଞାନ ଶିକ୍ଷକ ଶ୍ରୀ ଧିରେନ୍ଦ୍ର କୁମାର ସା,କାର୍ଯ୍ୟ କ୍ରମକୁ ସଂଯୋଜନା କରିଥିବା ବେଳେ ସଭା ଶେଷରେ ଶିକ୍ଷକ ଶ୍ରୀ ପରମା ନନ୍ଦ ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଥିଲେ, ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ସେବକ ରାମ ପାତ୍ର ଓ ଜଗନ୍ନାଥ ସୁନାନି କାର୍ଯ୍ୟ କ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ, ବିଦ୍ୟାଳୟ ର ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post