୪ସଟ୍ଟା ଜୁଆଡ଼ିକୁ ଗିରଫ କରି କୋର୍ଟ ଚାଲାଣ କଲା ବେଲପଡା ପୋଲିସ


ବେଲପଡା (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବେଲପଡା ସହରରୁ ୪ ଜଣ ସଟ୍ଟା ଜୁଆଡ଼ିଙ୍କୁ ଗିରଫ କରିଛି ବେଲପଡା ପୋଲିସ । ସୂଚନାନୁଯାୟୀ, ବେଲପଡା ପୋଲିସ ଖବର ପାଇ ମଙ୍ଗଳବାର ରାତିରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଟଙ୍କଧର ରଣା,ଜଗନ୍ନାଥ ମେହେର,ମୁକେଶ ମେହେର, କାମଦେବ ମେହେରଙ୍କୁ ଗିରଫ କରିଛି । ତାଙ୍କ ଠାରୁ ନଗଦ ୨୯ ହଜାର ୩ ଶହ ୫୦ ଟଙ୍କା, ସଟ୍ଟା ପତ୍ତି , ଦୁଇଟି ଡଟ ପେନ ଜବତ କରିବା ସହିତ ପାଟଣାଗଡ କୋର୍ଟକୁ ଚାଲାଣ କରିଥିବା ବେଲପଡା ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି ।

Post a Comment

Previous Post Next Post