ଜଳେଶ୍ୱରର ଏକ ସ୍କୁଲ ହଷ୍ଟେଲରେ ଛାତ୍ରକୁ ରେଗିଂ ଅଭିଯୋଗ : ଥାନାରେ ମାମଲା


ଜଳେଶ୍ୱର ୨/୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକକାର୍ଯ୍ୟାଳୟ ଅନ୍ନିକଟସ୍ଥ ଏକ ଘରୋଇ ଇଂରାଜୀ ମିଡିୟମ ବିଦ୍ୟାଳୟରେ ଜଣେ ଶିକ୍ଷାର୍ଥୀଙ୍କୁ ରେଗିଂ ହୋଇଥିବା ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ, ବିହାର ପ୍ରଦେଶର ସୀତାମାରି ଅଂଚଳର ବିଜୟ କୁମାରଙ୍କ ପୁଅ ହର୍ଷ କୁମାର (୧୪) ଏହି ଘରୋଇ ବିଦ୍ୟାଳୟରେ ଛାତ୍ର ଅଟନ୍ତି । ଘରୋଇ ବିଦ୍ୟାଳୟ ହଷ୍ଟେଲରେ ଥିବା ବେଳେ କେତେକ ସାଂଗ ତାଙ୍କୁ ବ୍ୟାପକ ରେଗିଂ କରିଥିବା ସେ ଅଭିଯୋଗ କରିଛନ୍ତି । କାହାକୁ କିଛି ନ କହି ସେ ହଷ୍ଟେଲରୁ ପଳାଇଯାଇ ଷ୍ଟେସନ ବଜାରରେ ଥିବା ଏକ ହୋଟେଲର ଫୋନ୍ରୁ ନିଜ ବାପାଙ୍କୁ ଏ ସଂପର୍କରେ କହିଥିଲେ । ହୋଟେଲ କର୍ତ୍ତୃପକ୍ଷ ଏବଂ ଛାତ୍ରରର ବାପା ଏ ସଂପର୍କରେ ଥାନାକୁ ଜଣାଇଥିଲେ । ଅନ୍ୟପକ୍ଷରେ ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଉକ୍ତ ଛାତ୍ରର ଅନୁପସ୍ଥିତ ଦର୍ଶାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ହଷ୍ଟେଲ ନିର୍ଦ୍ଦିଷ୍ଟ କେତେକ ଛାତ୍ରଛାତ୍ରୀ ଓ ୱାର୍ଡେନ୍ ତାଙ୍କୁ ହଇରାଣ ହରକତ ଓ ଆର୍ଥିକ ନିର୍ଯ୍ୟାତନା ଦେଉଥିବା ସେ ପୁଲିସ୍ ଓ ଗଣମାଧ୍ୟମ ନିକଟରେ କହିଛି । ଏ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହା ଭିତ୍ତିହିନ ବୋଲି କହିଛନ୍ତି ।

Post a Comment

Previous Post Next Post