ଘରମାଲିକଙ୍କ ଅନୁପସ୍ଥିତରେ ଝରକା ଗ୍ରୀଲ ଭାଂଗି ଲୁଟ

ଜଳେଶ୍ୱର ୨/୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ଥାନା ଅନ୍ତର୍ଗତ ପଂଚୁଘଣ୍ଟା ଗାଁର କିରଣ କୁମାର ଦାସ ଗତ ରବିବାର ଓ ସୋମବାର ଘରେ ନ ଥିଲେ । ସେ କାଶି ଯାଇଥିବା ସୁଯୋଗ ନେଇ ଏବଂ ତାର ସ୍ତ୍ରୀ ଘରେନଥିବା ଜାଣି କୌଣସି ଦୁବୃତ୍ତ ଘରର ପଛପଟ ଝରକା ଗ୍ରୀଲ ତାଡି ଘରେ ଥିବା ନଗଦ ୧୨ହଜାର ଟଙ୍କା ଓ ୬୦ହଜାର ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । କିରଣ କୁମାର ଦାସ ଗତ ମଂଗଳବାର ରାତ୍ରୀରେ ପହଞ୍ଚି ଏଭଳି ଘଟଣା ଦେଖି ହତବାକ୍ ହୋଇଥିଲେ ଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିନେଇ ପୁଲିସ୍ ତଦନ୍ତ ଜାରି ରଖିଛି ।

Post a Comment

Previous Post Next Post