ଜଳେଶ୍ୱର, ୦୨/୦୮ (ଜଗନ୍ନାଥ ଗୋଛାୟାତ) ଜଳେଶ୍ୱର ବ୍ଲକ ବରଡିହା ଗ୍ରାମ ପଂଚାୟତର ଶାଳବଣୀ ଗ୍ରାମରେ ଶିଭଂମ ଏନ୍.ଜି.ଓ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଧନ୍ଦାମୂଳକ ତାଲିମ ଶିବିର ୨ତାରିଖ ବୁଧବାର ଦିନ ଜଳେଶ୍ୱର ବିଡିଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରରେ ସୟଂ ସହାୟିକା ଗୋଷ୍ଠୀର ମହିଳା ତଥା ଗ୍ରାମାଂଚଳ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ ବୋଲି ବିଡିଓ ପୁନମ ରାଉତ ପ୍ରକାଶ କରିଛନ୍ତି । ଏହି ଶିବିରରେ ୬୦ରୁ ଉର୍ଦ୍ଧ ମହିଳା ୧୮୦ଦିନ ଧରି ବିଭିନ୍ନ ପ୍ରକାରର ସିଲେଇ କାର୍ଯ୍ୟର ତାଲିମ ନେବେ । ଶେଷରେ ସେମାନଙ୍କୁ ଗୋଟିଏ ଗୋଟିଏ ସିଲେଇ ମେସିନ ମାଗଣା ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଯାହାଦ୍ୱାରା ମହିଳା ମାନେ ବିଭିନ୍ନ ପ୍ରକାରର ହାତ ତିଆରି ପୋଷାକ ତିଆରି କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କୁହାଯାଇଛି । ଏହାଛଡା ଏହି ଶିବିରରେ ଜଳେଶ୍ୱର ପଶୁ ଚିକିତ୍ସାଧୀକାରୀ ଡାକ୍ତର ଶୈାଳେନ୍ଦ୍ରୀ ଗୁପ୍ତା ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ଅର୍ଥ ଋଣନେଇ ପଶୁ ପାଳନ କରିବା ସହିତ ଲାଭଦାୟକ ବ୍ୟବସାୟ କରି ଆତ୍ମନିର୍ଭର ହୋଇପାରିବେ ବୋଲି ବୁଝାଇଥିଲେ । ରାଜ୍ୟ ସରକାର ମିଶନଶକ୍ତି ଦ୍ୱାରା ମହିଳା ମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନ କରି ସ୍ୱରୋଜଗାର କରିବାର ପନ୍ଥା ଦେଇଛନ୍ତି । ତେଣୁ ତାର ଲାଭ ଉଠାଇବା ପାଇଁ ଶିବିରରେ ଯୋଗ ଦେଇଥିବା ଅତିଥି ମାନେ ମହିଳା ମାନଙ୍କୁ ବୁଝାଇଥିଲେ । ଏହି ଶିବିରରେ ପ୍ରଭା ଓଡିଶା ଏନ୍.ଜି.ଓ ସଂସ୍ଥାର ସଂଯୋଜକ ଅନ୍ତର୍ଜାମୀ ବାରିକ, ଜଳେଶ୍ୱର ମିଶନ ଶକ୍ତିର ସଂଯୋଜକ ଲୋପାମୁଦ୍ରା ପରିଡା, ସ୍ମିତା ମହାନ୍ତି, ଏନ୍.ଜି.ଓ ସଭାପତି ଆନନ୍ଦ ଶଙ୍କର ସାନକୀ, ସଂପାଦକ ଶିବଶଙ୍କର ଦାସ ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନା କରିଥିଲେ । ଏହି ତାଲିମ ଶିବିରରେ ମନ୍ଦାଦରୀ ପାଳ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ଜଣାଯାଇଛି ।

Post a Comment