ସାମ୍ବାଦିକ କୁ ଜୀବନରୁ ମାରିଦେବା ପାଇଁ ଧମକ୍, ଭିଡିଓ ଭାଇରାଲ୍


ବାଲିଆପାଳ , ୧୯/୮ (ପ୍ରଭାକର ମଲ୍ଲିକ) ସାରା ଭାରତରେ ଏବେ ଗଣମାଧ୍ୟମ ତଥା ଚତୁର୍ଥ ସ୍ତମ୍ଭ ବିପଦରେ ଥିବା ବେଳେ ଗ୍ରାମଞ୍ଚଳର ସାମ୍ବାଦିକ ମାନେ ମଧ୍ୟ ସୁରକ୍ଷିତ ନଥିବା ବେଳେ ଦୈନିକ ମାଫିଆ ଓ ଦଲାଲ୍ ମାନଙ୍କର ଆକ୍ରୋଶ ଓ ଆକ୍ରମଣ ର ଶିକାର ହେଉଥିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ତେବେ ଜନୈକ ଦଲାଲ୍ ଶ୍ରେଣୀର ବ୍ୟକ୍ତି ନିଜର ଗୁମର ଫିଟିଯିବା ଭୟରେ ସାମ୍ବାଦିକ ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ କାଟି ଚିଙ୍ଗୁଡ଼ି ଗଡିଆରେ ଫିଙ୍ଗିଦେବାର ଧମକ୍ ଦେଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ତେବେ ସୂଚନାରୁ ପ୍ରକାଶ ଜନୈକ ଝାଡେଶ୍ବର ମଲ୍ଲିକ ନାମକ ଯୁବକ, ଯାହାଙ୍କ ଘର ବାଲେଶ୍ବର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ସାର୍ଥା ଗ୍ରାମରେ। ତେବେ ସଂପୃକ୍ତ ବ୍ୟକ୍ତି ନିଜ ଗ୍ରାମ ନିଜ ପଞ୍ଚାୟତ ନିଜ ବ୍ଲକ୍ ଏମିତିକି ନିଜ ନିର୍ବାଚନ ମଣ୍ଡଳୀ ଛାଡି ବାଲିଆପାଳ ବ୍ଲକ ରେ ନିଜର ଆଧିପତ୍ୟ ଜାହିର୍ କରିବା ସହିତ ବିଭିନ୍ନ ପ୍ରକାର ଦଲାଲି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ମୁଖ୍ୟତଃ ବଳରାମପୁର ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିବା, ଲୋକଙ୍କୁ ବିଭିନ୍ନ ଚାକିରି ତଥା ସରକାରୀ ଯୋଜନାରେ ଫାଇଦା ଦେବାପାଇଁ ଗ୍ରାମର କିଛି ମୁଖ୍ୟ ଲୋକଙ୍କୁ ହାତକରି କାର୍ଯ୍ୟ କରୁଥିବା ବେଳେ ବହୁଲୋକ ଆର୍ଥିକ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଏବାବଦରେ ସାମ୍ବାଦିକ କିମ୍ବା ସାଧାରଣ ଲୋକ ମୁହଁ ଖୋଲିଲେ ତାକୁ ଗାଳିଦେବା ସହ ଜୀଵନରୁ ମାରିଦେବାକୁ ଧମକ ଦେଇଥାନ୍ତି। ଏଠାରେ ସୂଚନାଯୋଗ୍ୟ ବଳରାମପୁର ପଞ୍ଚାୟତ କିମ୍ବା ବଳରାମପୁର ଗ୍ରାମର ବାସିନ୍ଦା ନଥାଇ ସଂନ୍ଧ୍ୟା ହେଲେ ଗ୍ରାମର ମୁଖ୍ୟ ତଥା ଅନ୍ୟାନ୍ୟ ବ୍ୟକ୍ତି ଙ୍କ ଘରେ ବିଳମ୍ବିତ ରାତିପର୍ୟନ୍ତ ରହି ଗୁପ୍ତ ଆଲୋଚନା ହୋଇଥାଏ। କେମିତି ସାଧାରଣ ଲୋକଙ୍କୁ ରାତି ପାହିଲେ ନିଜ ପାଲରେ ଫସାଇ ଅର୍ଥ ଆଦାୟ କରିବେ। ଯେମିତି ସଂପୃକ୍ତ ଝାଡେଶ୍ବର ମଲ୍ଲିକ ଠାରେ ସବୁ ସମସ୍ୟା ର ସମାଧାନ ଥାଏ।କିଏ ବିବାହ କରିବ, କିଏ କାହାକୁ ଛାଡିବ,କାହାକୁ ଚାକିରି,କାହାକୁ ଆବାସ, ଭତ୍ତା ଇତ୍ୟାଦି ଦିଆଯିବ। ତାଙ୍କ ଠାରୁ କେତେ ଅର୍ଥ ନିଆଯିବ ସବୁତାଙ୍କୁ ଜଣା। ତେବେ ଏଥିରେ ବଳରାମପୁର ଗ୍ରାମର ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ ତଥା ଆଗଧାଡିର କିଛି ଗାଁ ଟାଉଟର୍ ସହଯୋଗ କରିଥାନ୍ତି।ଫଳରେ ଦଲାଲ୍ ଜଣକ ନିଜ ଦଲାଲି କାମ ବେସ୍ ସୁରୁଖୁରୁରେ କରିଥାନ୍ତି। ବଳରାମପୁର ପଞ୍ଚାୟତରେ ହୋଇଥିବା ଆଦର୍ଶ ବିଦ୍ୟାଳୟ ରେ ହସ୍ତକ୍ଷେପ କରିବା ପରେ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାବୁଙ୍କର ରୋଜଗାର ନଥିବା ବେଳେ ଚାରିଚକିଆ ଗାଡି ବ୍ୟବହାର କରିବାକୁ ନେଇ ସାଧାରଣରେ ସନ୍ଦେହ ଦେଖାଯିବା ସହ ନିଶ୍ଚୟ କଳା ଧନ୍ଦାରେ ସାମିଲ୍ ଥିବାର ଅନୁମାନ କରାଯାଏ। ତେବେ ସାମ୍ବାଦିକ ଙ୍କୁ ଜୀବନରୁ ମାରିଦେବା ଧମକ୍ ଦେଉଥିବା ବେଳେ ଅଦ୍ୟାବଧି ଜନୈକ ସାମ୍ବାଦିକ ପକ୍ଷରୁ ଏତଲା ହୋଇନଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା ଦଲାଲ ର ଦଲାଲି ସାମ୍ରାଜ୍ୟ କେବେ ପର୍ଦ୍ଦାଫାଶ ହେଉଛି।

Post a Comment

Previous Post Next Post