ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସ୍ୱାଧୀନତା ଦିବସ


ବାଲେଶ୍ଵର,୧୬/୮(ଲକ୍ଷ୍ମୀଧର ବାରିକ) ବାଲେଶ୍ୱର ସହର ସହଦେବଖୁଣ୍ଟା ସ୍ଥିତ ଚାନ୍ଦମାରି ପଡିଆ ପୁରୀ ସରସ୍ୱତୀ ଆବାସିକ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଦ୍ୟା ମନ୍ଦିରର ସମସ୍ତ ଶିଶୁ ଭାଇ ଭଉଣୀ, ଗୁରୁଜୀ ଗୁରୁମା ଏବଂ ବିଦ୍ୟା ମନ୍ଦିରର କର୍ମ କର୍ତ୍ତା ମାନେ, ମିଳିମିଶି ପତାକା ଉତ୍ତୋଳନ କରିଥିଲେ। ଅବସରପ୍ରାପ୍ତ ଜଳେଶ୍ଵର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସମାଜସେବୀ କବି ଜୟନ୍ତ କୁମାର ପାଣିଗ୍ରାହୀ ମୁଖ୍ଯ ଅତିଥି, ଅନ୍ୟତମ ଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦର ଧର୍ମ ଏବଂ ପ୍ରସାର ପ୍ରମୁଖ ବଳଭଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟା ମନ୍ଦିରର ଶିକ୍ଷା ଉପଦେଷ୍ଟା ତଥା କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୁଦର୍ଶନ ଦାସ, ଆଇ. ଟି. ଆଇ ହାଇସ୍କୁଲର ଶିକ୍ଷୟତ୍ରୀ ଓ ସାମଜସେବୀ ଜ୍ୟୋତିର୍ମୟୀ ଶତପଥୀ, ଆର୍. ଏସ୍. ଏସ୍. ର କର୍ମକର୍ତ୍ତାଗଣ ଇତ୍ୟାଦି ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ତଥା ଦେଶ ପ୍ରତି କର୍ତ୍ତବ୍ଯ ବୋଧ ନିମନ୍ତେ ଅଭିଭାଷଣ ପ୍ରଦାନ କରିଥିଲେ। ଏହା ସହିତ ବିଦ୍ୟା ମନ୍ଦିରର ସଭାପତି ସଂଧ୍ଯା ରାଣୀ ପୁରୀ, ଉପ ସଭାପତି ଜିତେନ୍ଦ୍ର କୁମାର ପ୍ରହରାଜ, ବିଦ୍ୟା ମନ୍ଦିରର ସଂପାଦକ ଅଶୋକ କୁମାର ପୁରୀ , ସହ ସଂପାଦକ ଚନ୍ଦନ କୁମାର ଗିରି, ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷ ହେମନ୍ତ କୁମାର ମହାନ୍ତି ଉପସ୍ଥିତ ଥିଲେ।ବିଦ୍ୟା ମନ୍ଦିରର ଶିଶୁ ଭାଇ ରଜତ୍ ପୁହାଣ, ଶ୍ରୀଧର ବେହେରା, ଦିପକ ମହାର୍ଣ୍ଣା ଓ ସିକୁନ୍ ନାୟକଙ୍କ ବାଦ୍ୟଯନ୍ତ୍ରର ତାଳେ ତାଳେ ନଗର ପରିକ୍ରମା କରିଥିଲେ। ମାହେଶ୍ୱରୀ ମୁଖୀ ଭାରତ ମାତା ବେଶରେ, ଆଦ୍ୟାଶା ଅଭି ଲିପ୍ସା ପ୍ରହରାଜ ଲକ୍ଷ୍ମୀବାଈ ବେଶରେ ପରିଭ୍ରମଣ କରିଥିଲେ। ତତ୍ ପରେ ଶିଶୁ ଭାଇ ଭଉଣୀମାନଙ୍କୁ ନେଇ "ବକ୍ତ୍ରୁତା" ପ୍ରତିଯୋଗିତା ଓ " ସ୍ୱାଧୀନତା ସଂଗ୍ରାମୀମାନଙ୍କ ଆଧାରିତ ବେଶ ପୋଷାକ" ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ କ୍ରୁତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ହୋଇଥିଲା। ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଶ୍ମି କାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ମିଳିମିଶି ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ସୂଚାରୁ ରୂପେ ସଂପାଦିତ କରିଥିଲେ ।

Post a Comment

Previous Post Next Post