ଟୁଇଟର ମ୍ୟାନ ନିମାଇଁ ମହାରଣା ରାକ୍ଷୀ ବାନ୍ଧିଲେ ଦିବ୍ୟାଙ୍ଗ ଭଉଣି ବର୍ଷା ନନ୍ଦଙ୍କ ଠାରୁ


ଖୋର୍ଦ୍ଧା/ବାଲୁଗାଁ ୩୧/୮ (ଆଜତକ ଓଡ଼ିଶା) ଦୁନିଆରେ ସବୁ ସମ୍ପର୍କ ଠାରୁ ଭାଇ ଭଉଣିଙ୍କ ସମ୍ପର୍କ କିଛି ଭିନ୍ନ ହୋଇଥାଏ, ୟେ ସମ୍ପର୍କରେ ମାରପିଟ୍, ଝଗଡା, ଅଭିମାନ, ଏବଂ ରାଗ ଋଷା ଦୁହେଙ୍କ ମଧ୍ୟରେ ରହିଥାଏ, କିନ୍ତୁ ଯେବେ ରାକ୍ଷୀ ପୂର୍ଣ୍ଣିମା ଆସେ ଭଉଣୀ ଭାଇର ବାଟ ଅନେଇକି ବସିଥାୟେ କେବେ ମୋ ଭାଇ ଆଶିବ ଆଉ ମୁଁ ରାକ୍ଷୀ ବାନ୍ଧିବି, ଆଉ ସେପଟେ ଭାଇ ମଧ୍ୟ ଯେତେ କାମ ଥାଉନା କାହିଁକି ବନ୍ଦ ବାନ୍ଦ୍ କରି ଆସି ଯାଏ ରାକ୍ଷୀ ବାନ୍ଧିବାକୁ, ସେମିତି ଆଜି ଦେଖିବାକୁ ମିଳିଛି ବାଲୁଗାଁ ନିବାସୀ ଦିବ୍ୟାଙ୍ଗ ବର୍ଷା ନନ୍ଦଙ୍କ ଘରେ ଆଉ ଆପଣ ମାନେ ସମସ୍ତେ ଜାଣନ୍ତି ବର୍ଷା ନନ୍ଦଙ୍କ ପରିବାର ଆଗରୁ ବହୁତ କଷ୍ଟରେ ଚଳି ଆସିଛନ୍ତି, ହେଲେ ଖୋର୍ଦ୍ଧା ଟୁଇଟର ମ୍ୟାନ ନିମାଇଁ ମହାରଣା ଏବଂ ତାଙ୍କର କିଛି ସାମ୍ବାଦିକ ବନ୍ଧୁ ଏବଂ ଅନ୍ୟ ଟୁଇଟର ବନ୍ଧୁ ମାନଙ୍କ ସହୋଜୋଗରେ ତାଙ୍କର ସମସ୍ତ ସମସ୍ୟା ବିଷୟରେ ଖୋର୍ଦ୍ଧା ଜିଲ୍ଲା ପାଳ ଏବଂ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଥିଲା, ତେଣୁ ସେଇ ସମ୍ପର୍କକୁ ଅଧିକ ଗଭୀର କରିବା ପାଇଁ ଆଜି ବର୍ଷା ଭଉଣି ନିମାଇଁ ମହାରଣାଙ୍କୁ ନିମନ୍ତ୍ରଣ କରିଥିଲେ ରାକ୍ଷୀ ବାନ୍ଧିବା ପାଇଁ,ନିମାଇଁ ସବୁ କାମ ଧନ୍ଦା ଛାଡ଼ି ଚାଲିଯାଇଥିଲେ ଭଉଣି ପାଖରୁ ରାଖିବାନ୍ଧିବା ପାଇଁ ଏବଂ ରାକ୍ଷୀ ବାନ୍ଧିବା ପରେ ଭାଇ ଭଉଣୀକୁ ସବୁ ବିପଦ ଆପଦରୁ ରକ୍ଷା କରିବା ପାଇଁ କଥା ଦେଇଛନ୍ତି, ଏବଂ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାଥନା କି ସବୁବେଳେ ବର୍ଷା ଭଉଣିର ସମସ୍ତ କଷ୍ଟ ଦୁରକର।

Post a Comment

Previous Post Next Post