ବାଲେଶ୍ଵର,୧୪/୮(ଲକ୍ଷ୍ମୀଧର ବାରିକ) ଓଡ଼ିଶା ସାମ୍ବାଦିକ ୟୁନିୟନ ବାଲେଶ୍ବର ଜିଲ୍ଲା ଶାଖା ର ପ୍ରଥମ ସାଙ୍ଗଠନିକ ବୈଠକ ଆଜି ପୂର୍ବାହ୍ନରେ ମା ହୋଟେଲ ଇଣ୍ଟର ନେସନାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ମାନେ ଯୋଗଦେଇ ସଂଗଠନକୁ ଅଧିକ ସୁଦୃଢ଼ ଓ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ବିଶେଷକରି ସଂଘ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା, ସମସ୍ତ ସଦସ୍ୟ ଙ୍କୁ ବୀମାଭୁକ୍ତ କରିବା, ବିପଦରେ ପଡ଼ିଥିବା ସାମ୍ବାଦିକ ମାନଙ୍କୁ ଆର୍ଥିକ ଓ ମାନସିକ ସ୍ତରରେ ସହଯୋଗ କରିବା, ରାଜ୍ୟ ତଥା ଜିଲ୍ଲା ର କୌଣସି ସଦସ୍ୟ ଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ନ କରିବା ବା ବିଶୃଙ୍ଖଳା ସୃଷ୍ଟି ପ୍ରତି ଧ୍ୟାନ ନ ଦେବା, ସଂଘର ସଦସ୍ୟ ମାନଙ୍କ ଜନ୍ମ ଦିନ ରେ ଶୁଭେଚ୍ଛା ଜଣାଇବା, ଅଧିକରୁ ଅଧିକ ଜନ ସଚେତନତା ମୂଳକ କାର୍ଯ୍ୟ ହାତକୁ ନେବା, ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ସମ୍ବାଦ ପରିବେଷଣ କରିବା, ସାମ୍ବାଦିକ ସୁରକ୍ଷା ଆଇନ, ସାମ୍ବାଦିକଙ୍କ ଉପରେ ହେଉଥିବା ନିର୍ଯାତନା ଆକ୍ରମଣ ଘଟଣାକୁ ନିନ୍ଦା କରାଯିବାସହ, ସରକାରଙ୍କୁ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ଉପରେ ପର୍ଯ୍ୟବେସିତ ଖବରକୁ ଅଧିକ ଗୁରୁତ୍ଵ ଦେବା, ପ୍ରତି ବ୍ଲକ ରୁ ନୂତନ ସଦସ୍ୟ ଙ୍କୁ ସଂଘରେ ସାମିଲ କରିବା, ନିଜସ୍ଵ ଅଫିସ ପାଇଁ ଆବଶ୍ୟକ ହେଉଥିବା ଜାଗା ଲାଗି ଆବେଦନ ପ୍ରକ୍ରିୟା କୁ ଅଧିକ ତ୍ୱରାନ୍ୱିତ କରିବା ଆଦି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଏହି ବୈଠକ ରେ ଉପ ସଭାପତି ଉତ୍କଳ ବନ୍ଧୁ ପଣ୍ଡା,ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ,, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା, ବରିଷ୍ଟ ସଦସ୍ୟ ଶିବ ଦାସ କୁଣ୍ଡୁ, ଶିଶିର କୁମାର ଦାସ,, ଅଜିତ କୁମାର ମହାନ୍ତି, ତୃପ୍ତିକାନ୍ତ ପାଢ଼ୀ, ନୀଳାମ୍ବର ପଣ୍ଡା ଅରୂପ କୁମାର ଦାସ, ଅକ୍ଷୟ କୁମାର ଜେନା, ରବିନାରାୟଣ ତ୍ରିପାଠୀ, ସଦର ବ୍ଲକ ସଂଗଠକ ମହମ୍ମଦ ହାଇଦର ଖାନ, ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment