ବାପା ଙ୍କ ମୃତ୍ୟୁ ପରେ ଅସହାୟ ପରିବାର କୁ ସହଯୋଗ ର ହାତ ବଢ଼ାଇଲେ ଉତ୍କଳ ଜନନୀ ସେବା ସଂଗଠନ


ବସ୍ତା ୧୩/୮(ଜଗନ୍ନାଥ ଗୋଛାୟତ) ବସ୍ତା ବ୍ଲକ ସନ୍ତୋଷପୂରା ପଞ୍ଚାୟତ ର ଥେଙ୍ଗଡିହା ଗ୍ରାମର ବାବୁଲା ହେମ୍ବ୍ରମଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ଜଳେଶ୍ୱର ର ଅଗ୍ରଣୀ ସ୍ୱେଚ୍ଛା ସେବୀ ସଂଗଠନ ଉତ୍କଳ ଜନନୀ ସେବା ସଂଗଠନ ଆଜି ଉକ୍ତ ପରିବାର ରେ କୁନି ପିଲାମାନଙ୍କ ନିମନ୍ତେ ନୂତନ ବସ୍ତ୍ର, ପାଠ୍ୟସାମଗ୍ରୀ, ରେସନ ସାମଗ୍ରୀ ଏବଂ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରା ଯାଇ ଥିଲା ସଂଗଠନ ର ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ଗଗନ ବିହାରୀ ସାହୁ,ଉପଦେଷ୍ଟା ଗଣେଶ ଚନ୍ଦ୍ର ଜେନା, ସତ୍ୟନାଥ ଦାସ, ସୁମତି ସାହୁ, ମାନସ ବାବୁ, ଗୌରବ ବେହେରା, ଆଦି ଉପସ୍ଥିତ ଥିଲେ. ସଂଗଠନର ଏହି ମହତ କାର୍ଯ୍ୟ ପାଇଁ ଚାରି ଆଡୁ ପ୍ରସଂଶାର ସୁଅଛୁଟି ଆସୁଛି ।

Post a Comment

Previous Post Next Post