ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ


ଜଳେଶ୍ଵର ୧୩/୮, (ଜଗନ୍ନାଥ ଗୋଛାୟତ) ସୁଗୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଣିଦା ଗାଁର ଶିବ ଶଙ୍କର ପାତ୍ରଙ୍କ ୨୪ବର୍ଷର ବଡ଼ ପୁଅ ଜୟଦେବ ପାତ୍ର ୨/୩ ବର୍ଷ ତଳେ ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ଯାଇଥିଲେ ହାଇଦ୍ରାବାଦ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବା ସହିତ ଏଠାରେ କାମଧନ୍ଦା ନ ମିଳିବାରୁ ପରିବାର ଚଳିବା ପାଇଁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ରହି କାମ କରୁଥିଲେ ଜୟଦେବ। କାମ କରୁଥିବା ସମୟରେ ମେସିନ ବାଷ୍ଟ କରିବାରୁ ଦୁର୍ଘଟଣା ଜନିତ ଘଟଣାସ୍ଥଳରେ ୪/୫ ଜଣ ଶ୍ରମିକ ମୃତ୍ୟୁ ବରଣ କରିଥିଲେ। ସେହି ଦୁର୍ଘଟଣାରେ ଜୟଦେବ ସହ ଅନ୍ୟ ଶ୍ରମିକ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାକୁ ନେଇ ଆଜକୁ ୨୦/୨୫ ଦିନ ହେଲା ଚିକିତ୍ସିତ ହେଉଥିବା ବେଳେ ଗତକାଲି ଜୟଦେବଙ୍କ ର ମଧ୍ୟ ପ୍ରାଣବାୟୁ ଉଡିଗଲା।ତାଙ୍କର ମୃତ୍ୟୁ ଖବର ପାଇ ଗାଁରେ ଏକ ଶୋକାକୁଳ ପରିବେଶ ଭିତରେ ପିଲାକୁ ଶେଷ ଦର୍ଶନ କରିବା ପରିପେକ୍ଷିରେ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପୂର୍ବକ ମୃତ ପିଲାର ଆତ୍ମାର ସଦଗତି କାମନା କରିବା ସହିତ ଈଶ୍ଵର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ୭/୮ଜଣ ସଦସ୍ୟ ବିଶିଷ୍ଟ ପରିବାରର ଏକମାତ୍ର ରୋଜଗାର କରୁଥିବା ପୁଅକୁ ହରାଇ ଭବିଷ୍ୟତ ଯେ ଅନ୍ଧକାର ଏହା ସର୍ବ ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି। ବାଣିଦା ଗ୍ରାମ ପୁରା ସ୍ତବ୍ଧ ହୋଇ ଯାଇଛି । ସି.ଆଇ.ଟି.ୟୁ ଶ୍ରମିକ ସଂଗଠନର ବ୍ଲକ ସଂପାଦକ ପଲଟୁ ଦାସ ସମେତ ସମନ୍ଵୟ କମିଟୀର ସଭାପତି ଦିଲ୍ଲିପ କୁମାର ଗିରି ଓ ସିଟୁର ସଭାପତି ଦିପ୍ତିମାନ ଆଚାର୍ଯ୍ୟ ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପଞ୍ଚାୟତ ଓ ବ୍ଲକରେ ନାମ ରେଜିଷ୍ଟ୍ରେସନ କରି ବାହାରକୁ ଯାଉଥିବା ପିଲାମାନଙ୍କ ର ସାମାଜିକ ସୁରକ୍ଷା ନେବା ପାଇଁ କରା ଯାଉଥିବା ଦାବୀକୁ ସରକାର ପଦକ୍ଷେପ ନେବାରେ ବିଫଳ ହେତୁ ଅନେକ ଶ୍ରମିକ ଏହିପରି ମୃତ୍ୟୁ ବରଣ କରିଛନ୍ତି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଦାୟି କରି କ୍ଷତିପୂରଣ ପାଇଁ ୫୦ ଲକ୍ଷ ଟଙ୍କା ସହାୟତା ଦାବୀ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଗୌରୀକାନ୍ତ ମହାନ୍ତି, ଅଜିତ ଦାସ, ମଦନ ମାହାଲି, ମମତା ରାଜ, ମହାମାୟା ରାଜ, ନୀଳକଣ୍ଠ ମହାନ୍ତି, ଗଣେଶ ଜେନା ଆଦି ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଏକାଠି ଉପସ୍ଥିତ ହୋଇ ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିବା ସହିତ ପ୍ରବାସୀ ଶ୍ରମିକ ପାଇଁ ଉଭୟ ସରକାରଙ୍କୁ ବିଶେଷ ଗୁରୁତ୍ଵ ଦେବାକୁ ମତ ପ୍ରକାଶ କରିଥିଲେ।

Post a Comment

Previous Post Next Post