ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଳେଶ୍ୱର, ୧୩।୦୮ (ଜଗନ୍ନାଥ ଗୋଛାୟତ): ଜାତୀୟ ରାଜପଥ ପ୍ରାଧୀକରଣ ନଂ ୬୦ ଲକ୍ଷ୍ମଣନାଥ ଟୋଲପ୍ଲାଜା ଆନୁକୂଲ୍ୟରେ ବାଲେଶ୍ୱର ଖଡଗପୁର ଏକ୍ସପ୍ରେସ୍ ୱେର ପରିଚାଳକ ସଂଜୟ ସୁନ୍ଦର ଘଟକ ଓ ଇଂଜିନିୟର ହେମନ୍ତ କୁମାରଙ୍କ ତତ୍ୱବଧାନରେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଜୟ କୁମାର ମାଝୀ, ରବିନ୍ଦ୍ର ମାହାଲ, ସେକ ଅବଦୋସ ଉପସ୍ଥିତ ରହିବା ସଙ୍ଗେସଙ୍ଗେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଇଜାକ ପରିଡା, ଶିକ୍ଷୟିତ୍ରୀ ଧରିତ୍ରୀ ରାଣୀ ଦେ, ସୁଚିସ୍ମିତା ସେନାପତି, ଲୋପାମୁଦ୍ରା ପରିଡା, ମୀନା ବେହେରା, ଶିକ୍ଷକ ।ାଲୋକ ପ୍ରଧାନଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟିର ଉପ ସଭାପତି କମଳ ଚକ୍ରବର୍ତୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ହିସାବ ରକ୍ଷକ ଅଜୟ ମହାପାତ୍ର ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

Post a Comment

Previous Post Next Post