ବାଲେଶ୍ଵର, ୩/୮(ଲକ୍ଷ୍ମୀଧର ବାରିକ): ଲଗାଣ ବର୍ଷା ରେ ନଦୀ ବନ୍ଧ ରେ ଫାଟ ହେବା ସହ ସୃଷ୍ଟି ହେଲା ବଡ ବଡ ଘାଇ, ପାଣି ରେ ଭାସିବାକୁ ଯାଉଛି ୫ କୋଟି ଟଙ୍କା ର ପ୍ରକଳ୍ପ, ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଅତ୍ଯନ୍ତ ନିମ୍ନ ମାନର କାର୍ଯ୍ଯ ହେବା ଫଳରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ତଦନ୍ତ କରିବାକୁ ଆସିଥିବା ଜଳସେଚନ ବିଭାଗ ର ନିର୍ବାହୀ ଅଧିକାରୀ ଙ୍କୁ ଘେରିଲେ ଅଞ୍ଚଳବାସୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜଳକା ନଦୀ ରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଯୋଗୁଁ ନଦୀ ଅବବାହିକା ରେ ବସବାସ କରୁଥିବା ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି,ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ରାତି ୮ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୧୯ ମିଟର ରେ ପ୍ରବାହିତ ହେଉଛି, ନଦୀ ବନ୍ଧ ରେ ବଡ ବଡ ଘାଇ ଏବଂ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଅତ୍ଯନ୍ତ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ରେ ଭୟଭୀତ ଅବସ୍ଥାରେ ଅଛନ୍ତି। ନଦୀ ତଟବର୍ତ୍ତୀ ଅଞ୍ଚଳ ବାସୀ ,ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା,ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର, ପୂର୍ବରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ନଦୀ ବନ୍ଧ ର ମରାମତି ସମେତ ଏହାର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ, ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳେସେଚନ ବିଭାଗ ପକ୍ଷରୁ ୨ମାସ ପୂର୍ବରୁ ୫ କୋଟି ଟଙ୍କା ବ୍ଯୟ ଅଟକଳ ମୁଲ୍ୟରେ ୩ କିଲୋମିଟର ବ୍ଯାପୀ ନୂତନ ନଦୀବନ୍ଧ ନିର୍ମାଣ କରାଯାଇଥିଲା, ୨ ମାସ ତଳେ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଅତ୍ଯନ୍ତ ନିମ୍ନ ମାନର କାର୍ଯ୍ଯ ହୋଇଥିବା ଯୋଗୁଁ ନଦୀରେ ସାମାନ୍ୟ ପାଣି ଆସିବାରୁ ବନ୍ଧ ର ବିଭିନ୍ନ ସ୍ଥାନରେ ବଡ ବଡ ଘାଇ ସୃଷ୍ଟି ହେବା ସହ ସମ୍ପୁର୍ଣ୍ଣ ଭାଙ୍ଗିବାକୁ ବସିଲାଣି, ଯାହା ପାଇଁ ଭୟଭୀତ ଅବସ୍ଥାରେ ରହିଛନ୍ତି ୫୦ରୁ ଉର୍ଦ୍ଧ୍ବ ଗାଁ ର ଲୋକେ , ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ।
ଜଳକା ନଦୀର ପ୍ରଥମ ବନ୍ୟାଜଳ,ଧସିଲା ନଦୀ ବନ୍ଧ ପାଣିରେ ପଡ଼ିଲା ୫ କୋଟି ଟଙ୍କାର ନିର୍ମିତ ୩ କିଲୋମିଟର ନଦୀବନ୍ଧ
ଆଜତକ ଓଡ଼ିଶା
0
Post a Comment