ବାଲେଶ୍ଵର,୩/୮ (ଲକ୍ଷ୍ମୀଧର ବାରିକ) ରୂପସା ପୋଲିସ ପକ୍ଷରୁ ବେଆଇନ ମଦ ଦୋକାନ ମାନଙ୍କରେ ଚଢ଼ାଉ କରାଯାଇ ଜଣେ ମହିଳାଙ୍କ ସମେତ ୪ ଜଣ ମଦ ବେପାରୀ କୁ ଗତକାଲି ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବରହମପୁର ଗ୍ରାମର ମମତା ଜେନା, ତଳ ବରହମପୁର ଗ୍ରାମର ଅଖିଳ ବେହେରା, ହୀରାପୁର ଗ୍ରାମର ଯୋଗେଶ୍ୱର ପ୍ରଧାନ ଓ ଆଘିରିଆ ଗ୍ରାମର ସଦାଶିବ ଦାସ । ସେମାନଙ୍କ ନିକଟରୁ୫୮ ଲିଟର ଦେଶୀ ମଦ, ୪ବୋତଲ ବିୟର ଓ ୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ପୃଥକ ମାମଲା ନଂ ୭୫/୨୩, ୭୬/୨୩/୭୭/୨୩ ଓ ୭୮/୨୩ ରୁଜୁ ହୋଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଦୀର୍ଘ ଦିନ ଧରି ବେଆଇନ ମଦ ବ୍ୟବସାୟ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରୂପସା ଥାନା ଆଇଆଇସି ପ୍ରଫୁଲ୍ଲ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ରେ ଏକ ଟିମ ଚଢ଼ାଉ କରି ସମସ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିଲେ ।
ବିପୁଳ ପରିମାଣରେ ଚୋରାମଦ ଜବତ, ୪ ଗିରଫ
ଆଜତକ ଓଡ଼ିଶା
0
Post a Comment