ପୋର୍ଟିପଡା ଗ୍ରାମର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନୁଆଁ ମାଲପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ପୋର୍ଟିପଡ଼ା ଠାରେ ନୂତନ ଭାବରେ ଗଢିଉଠିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ବ୍ୟାଚ +୨ କଳା ଅଧ୍ୟୟନ ପାଇଁ ଭର୍ତି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି।ଉକ୍ତ ପ୍ରବେଶ ଉତ୍ସବରେ ନବ ନିଯୁକ୍ତି ପାଇଥିବା ସମସ୍ତ ଅତିଥି ଶିକ୍ଷା ପ୍ରଦାନକାରୀ ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିବା ବେଳେ ଶିକ୍ଷ୍ୟାନୁଷ୍ଠାନ ର ଅଧ୍ୟକ୍ଷ ବାଇଲୋଚନ ମାଝୀ,ନୁଆମାଲ ପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ବନିତା ପୋଡ,ସମିତିସଭ୍ୟ ଟୋପଚନ ମାଝୀ ବିଦ୍ୟାଳୟ ପରିଚାଳନା କମିଟିର ର ସଭ୍ୟ ସଭ୍ୟା, ତଥା ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଯୋଗଦାନ କରିଥିଲେ। ରାଜକିଶୋର ସୁନାନୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷକ ମୋତିଲାଲ ବାଗ ମୁଖ୍ୟ ଅତିଥି ଭାବରେ ସମ୍ମାନିତ ହୋଇଥିଲେ ସେହିଭଳି ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ନାଏକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉକ୍ତ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ କିଭଳି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କାରାଯାଇ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରି ଜିଲ୍ଲା ତଥା ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରାଯାଇ ପାରିବ ସେହି ଉପରେ ଗରୁତ୍ବ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିଶେଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ସୂର୍ଯ୍ୟ କାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ କୁ ସାଙ୍ଗ ଘୋଷଣା କରିଥିଲେ।

Post a Comment

Previous Post Next Post