ମାଝିପଡା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ୫ଦଫା ଦାବୀ ନେଇ ପରିଚାଲନା କମିଟି ଓ ଗ୍ରାମବାସୀ ଙ୍କ ଗଣଧାରଣା


ସିନାପାଲି, ୧୯/୮ (ପରମେଶୂର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ଗୋବିନ୍ଦପୁର କ୍ଲଷ୍ଟର ମାଝିପଡା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରେ ୫ଦଫା ଦାବୀ ନେଇ ଉକ୍ତ ବିଦ୍ୟାଳୟ ପରିଚାଲନା କମିଟି ଓ ଗ୍ରାମବାସୀ ଗଣଧାରଣା ଦେଇଛନ୍ତି। ଦାବୀ ଗୁଡିକ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ ଙ୍କୁ ଅନ୍ୟସ୍ଥ ବଦଲି କରାଯାଉ। ସରକାରଙ୍କ ନିଅମ ଅନୁଯାୟୀ ୧ମରୁ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷକ ପୁରଣ କରାଯାଉ। ସରକାରଙ୍କ ଦ୍ବାରା ମଞ୍ଜୁରୀ ହୋଇଥିବା ଶ୍ରେଣୀ କୋଠରୀ ପାଇଁ ଜାଗା ଚିହ୍ନଟ କରାଯାଉ। ଏହି ବିଦ୍ୟାଳୟ ର ପାଚେରୀ କୁ ଉଚ୍ଚ ପାଚେରୀ କରାଯାଉ। ଛାତ୍ରଛାତ୍ରୀ ବସିବା ପାଇଁ ବେଞ୍ଚ ଟେବୁଲ ଖେଲିବା ପାଇଁ ଖେଳ ପଡ଼ିଆ ଯୋଗାଇ ଦିଆଯାଉ ବୋଲି ଉକ୍ତ କମିଟି ଓ ଗ୍ରାମବାସୀ ଦାବୀ କରିଛନ୍ତି। ଏହି ଦାବୀ ପତ୍ର ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ବିଡିଓ, ତହସିଲଦାର ଙ୍କୁ ପ୍ରଦାନ କରିବାର ସ୍ଥିର କରାଯାଇଥିବା ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ଏହି ବିଦ୍ୟାଳୟ ତା:୧/୯/୧୯୭୫ ରେ ସ୍ଥାପିତ ହୋଇଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ରହିଛି। ଏହି ବିଦ୍ୟାଳୟ ରେ ମୋଟ ୧୬୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଲେ ଛାତ୍ର ୮୬ ଓ ଛାତ୍ରୀ ୭୫ ଜଣ ପାଠ ପଢୁଥିବା ବେଲେ ୬ଜଣ ଶିକ୍ଷକ ଅଛନ୍ତି। ଏବଂ ୪ ଟି ଶ୍ରେଣୀ ଗ୍ରୁହ ରହିଛି। ଏହି ବିଦ୍ୟାଳୟ କୁ ପ୍ରଧାନ ଶିକ୍ଷକ ଡେପୁଟେସନ ରେ ଆସିଥିବା ବେଲେ ତାହା କେନସଲ୍ କରାଯାଇଛି। ଏହି ଧାରଣାରେ ଉକ୍ତ ବିଦ୍ୟାଳୟ କମିଟି ସଭାପତି ଗଣେଶ ରାମ ମାଝି, ଦୁର୍ବଲ ମାଝି, ରାଜମନ ମାଝି, ଜେମନି ମାଝି, ପୁସ୍ତମ ମାଝି, ମହାବିର ମାଝି, ମନୋହର ମାଝି, ତ୍ରିପଲ ମାଝି, ସଦନ ମାଝି, ଭଜନ ମାଝି, ଡିରସିଂ ମାଝି, ଡାଲିମ୍ୱ ମାଝି, ଚୈତନ୍ୟ ମାଝି ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

Post a Comment

Previous Post Next Post