ବାଲେଶ୍ବର,୧୯/୮ (ଲକ୍ଷ୍ମୀଧର ବାରିକ) ଫକୀରମୋହନ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ପ୍ରାକୃତିକ ଦୃଶ୍ୟ ପ୍ରଣାଳୀକୁ ନେଇ ବିଭାଗର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ଥିବା ଗାଁ ଗୁଡ଼ିକୁ ଯାଇ ଫଟୋ ଉତ୍ତୋଳନ କରିଥିଲେ। ଫଟୋଚିତ୍ର ଆମ ଚାଲିଚଳଣୀରେ ବହୁତ ମହତ୍ବ ରଖେ ଏବଂ ବହୁତ ସ୍ମୃତିକୁ ସାଇତି ରଖେ, ତେଣୁ ଗୋଟିଏ ଭଲ ଫଟୋ ଗୋଟିଏ ସୁନ୍ଦର କାହାଣୀର ପରିଚାୟକ ହୋଇଥାଏ ବୋଲି ବିଭାଗର ମୁଖ୍ୟ ଡ. ଭାରତୀବାଳା ପଟ୍ଟନାୟକ ଏବଂ ବିଭାଗର ଅଧ୍ୟାପକ ଅଧ୍ୟାପିକା ମତ ରଖିଥିଲେ। ଏହି ଅବସରରେ ଅଧ୍ୟାପକ ଡ. ଅଶେଷ କୁମାର ନାୟକ, ଧୀରେନ୍ଦ୍ର ବେହେରା, ଅଧ୍ୟାପିକା ଡ. ସ୍ମୀତି ପାଢୀ, କାର୍ଯ୍ୟକ୍ରମ ସଂଯୋଜକ ମୋତି ପାଙ୍ଗକାମ୍ ଏଥିରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଜାତା ବେହେରା, ତପସ୍ବିନୀ ନିଶାଙ୍କ, ଅଙ୍କିତା ପ୍ରିୟଦର୍ଶିନୀ, ସୋନାଲି ପ୍ରିୟଦର୍ଶିନୀ, ସୁଭଲକ୍ଷ୍ମୀ ରାଉତ, ସୁଭସ୍ମିତା ସ୍ବାଇଁ, ଗୌରାଙ୍ଗ ଆଚାର୍ଯ୍ୟ, ନୟନ ରଞ୍ଜନ ଦାସ, ରଜତ ଦଳେଇ ଉପସ୍ଥିତ ଥିଲେ।
ଫକୀରମୋହନ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ବିଶ୍ବ ଫଟୋଗ୍ରାଫି ଦିବସ
ଆଜତକ ଓଡ଼ିଶା
0
Post a Comment