ସିନାପାଲି ୧୯/୮ (ପରେମଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏହି କ୍ୟାମ୍ପରୁ ୨୮ଟି ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।ସୂଚନାନୁଯାୟୀ, ଗତ ୧୭ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନୁ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡ଼ା ଗାଁ ନିକଟରେ ନୂଆପଡ଼ା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିଲେ । ଏନେଇ ନୂଆପଡ଼ା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଏହାପରେ ନୂଆପଡ଼ା ଏସପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡ଼ିଭିଏଫ,କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବି ଅପରେସନ ଆରମ୍ଭ କରିଥିଲେ ।
Ad...
ଗତ ୧୮ ତାରିଖ ଅପରାହ୍ନ ୪ଟାରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।ସେଠାରେ ଯବାନମାନେ ସର୍ଚ୍ଚ ଅପରେଶନ କରି ୨୮ଟି ଡିଟୋନେଟର, ୧ କେଜି ଲୋ ଏକ୍ସପ୍ଲୋସିଭ, ଏକେ ୪୭ ବନ୍ଧୁକ ଗୁଳିର ଖୁକା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ । ଏବେ ସୀମାନ୍ତ ଅଞ୍ଚଳରେ କମ୍ବି ଅପରେସନ ଚାଲୁଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବେନ୍ଦ୍ର । ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ କମଣ୍ଡେଣ୍ଡ ଏରିକ ଗିଲାବର୍ଟ ଜୋଶ, ଦ୍ୱିତୀୟ କମଣ୍ଡେଣ୍ଟ ରତୀନ୍ଦ୍ର ସିଂ ଚଳନା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment