ମାଲକାନଗିରି: (ଆଜତକ୍ ଓଡ଼ିଶା) ମାଲକାନଗିରି ସ୍ଥିତ ସଂସ୍କୃତି ଭବନପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି (ଓଡ଼ିଶା) ର ତୃତୀୟ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହ ପାଳନ ଅବସରରେ ଆଲୋଚନା ଚକ୍ର ,କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସା ମାଲକାନଗିରିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଡମା ରାୱା , ସମ୍ମାନିତ ଅତିଥି ଭାବେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକ , ଆଇନଜୀବୀ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ପଣ୍ଡା , ଉପ ଜିଲ୍ଲାପାଳ ଡ. ଅକ୍ଷୟ କୁମାର ଖେମୁଣ୍ଡୁ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ପ୍ରାକ୍ତନ ପ୍ରାଧ୍ୟାପକ ସରୋଜ କୁମାର ଦାଶ , ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ପଟ୍ଟନାୟକ , ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବ କିଶୋର ସାମନ୍ତରାୟ ଯୋଗଦାନ କରି ଆଲୋଚ୍ୟ ପ୍ରସଙ୍ଗ : ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ତଥା ସୁରକ୍ଷା ପାଇଁ ସାହିତ୍ୟିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର କବି ଓ କବୟିତ୍ରୀବୃନ୍ଦ ଉପସ୍ଥିତରହି ସ୍ୱରଚିତ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜାନକୀ ପାଣଗ୍ରାହୀ, ଡ.ମହାଦେବ ଶତପଥି, କିଶୋର ମିଶ୍ର, ସନ୍ତୋଷ କୁମାର ସାହୁ, ନୃସିଂହ ପ୍ରସାଦ ଷଡଙ୍ଗୀ , ସବିତା ଶତପଥୀ, ଡୋଳାମଣି ଶତପଥୀ, ପୂର୍ଣ୍ଣିମା ପଣ୍ଡା, ସାରଦା ପ୍ରସାଦ ସିଂହ, ଭଗବାନ ସିଂହ ମାଝି,ଶୋଭାଗିନୀ ନନ୍ଦ,ଭାରତୀ ମିଶ୍ର, ପୁଷ୍ପାଞ୍ଜଳି ଦେବୀ,ବଂଶୀଧର ମହାରଣା, ନିହାର ରଞ୍ଜନ ରାଉତରାୟ, କବିତା ସାହୁ,ନରସିଂହ ନାୟକ , ନୁରାବତୀ ସାହୁ , କିଶୋର ଚନ୍ଦ୍ର ତ୍ରିପାଠୀ , ମମତା ପଣ୍ଡା , ସ୍ଵର୍ଣ୍ଣକାନ୍ତି ପତି , ବସନ୍ତ ମଞ୍ଜରୀ ଦାସ ପ୍ରମୁଖ ଉପସ୍ଥିତ ରହି କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି କିଶୋର ଚନ୍ଦ୍ର ତ୍ରିପାଠୀ ଅତିଥି ଆମନ୍ତ୍ରଣ କରିଥିବା ବେଳେ ଶୋଭାଗିନୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ପୁଷ୍ପାଞ୍ଜଳି ଦେବୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ କବି ଯଜ୍ଞେଶ୍ଵର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ପ୍ରାକ୍ତନ ସଚିବ ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଜୟନ୍ତ କୁମାର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟିତ୍ରୀ ମାନଙ୍କୁ ମାନପାତ୍ର ଓ ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା କୁନି କୁନି କଳାକାରମାନଙ୍କ ଦ୍ଵାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ସାହିତ୍ୟର ପ୍ରଚାର , ପ୍ରସାର ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ କବି ତଥା ସୁ ସଂଗଠକ କିଶୋର ଚନ୍ଦ୍ର ପ୍ରଧାନ , କବି ଯଜ୍ଞେଶ୍ଵର ପଣ୍ଡା ଓ କବି ବଂଶୀଧର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ସନ୍ତୋଷ କୁମାର ସାହୁଙ୍କ ରଚିତ ପୁସ୍ତକ "ପ୍ରଣୟର ତୁର୍ଯ୍ୟନାଦ" ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

Post a Comment