ନବନୂତନ ପାଣି ଟାଙ୍କି ଉପରୁ ଖସିଲା ଛାତ, ଅଳ୍ପକେ ବର୍ତିଲେ ଶ୍ରମିକ


ଜଳେଶ୍ବର,୨୮/୭ (ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ କାଳିକା ପଂଚାୟତର ନବ ନିର୍ମିତ ପାଣି ଟାଙ୍କି ନିର୍ମାଣ ସମୟରେ ଟାଙ୍କିରୁ ଖସିଲା ଛାତ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ୧୧ଟା ସମୟରେ ୟୁକୋ ବ୍ୟାଙ୍କ ପାଖରେ ଏକ ପାଣି ଟାଙ୍କିରୁ ଛାତଟି ତଳକୁ ଖସି ପଡିଥିଲା ଫଳରେ ଅଳ୍ପକେ ବର୍ତିଲେ ତଳେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ। ଏବଂ ଆଗରୁ ବାରମ୍ବାର ଅଭିଯୋଗ ହେଉଥିଲା କି ଏହା ନିମ୍ନ ମାନର ବ୍ୟବହୃତ ହେଉଥିବା ଲୁହା ଛଡ଼ ଏବଂ ସମୟ ସୀମା ସରିଥିବା ସିମେଣ୍ଟ ଓ ଲାଗୁଥିବା ଚିପ୍ସ ମଧ୍ଯ ଅତି ନିମ୍ନ ମାନର। ଫଳରେ ଆଜି ଏ ଦୁର୍ଦ୍ଦିନ ଦେଖିବା ପାଇଁ ମିଳିଲା। ଏନେଇ ସରକାରୀ ଅଧିକାରୀ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଯାହାଫଳରେ ନିର୍ମାଣ ହେଉଛି ନିମ୍ନ ମାନର ଟାଙ୍କି। ଏ ନେଇ ଆମେ ଜଳେଶ୍ଵରର ଜେଇ ଏବଂ ଏସ୍ଡିଓ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ। ସରକାରଙ୍କ ତରଫରୁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହଉଥିଲା ବେଳେ ନା ଆଜି ପର୍ଯନ୍ତ୍ ଲାଗି ପାରିଲା ନାମ ଫଳକ ନା ହେଉଛି ଉନ୍ନତ ମାନର କାମ। ଯାହାକି କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ଏ ନେଇ ସରକାର୍ କଣ ପଦକ୍ଷେପ ନେବେ ନା ଏ ଭଳି କାମ ଆଗକୁ ମଧ୍ଯ ଜାରି ରହିବ।

Post a Comment

Previous Post Next Post