ଜଳେଶ୍ୱର ପଂଚାୟତ ସମିତିରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ


ଜଳେଶ୍ୱର, ୦୩ ।୦୭ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ୨୦ତାରିଖ ସୋମବାର ଦିନ ଜିଲ୍ଲାପାଳ ଓ ଅରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅରକ୍ଷୀ ଅଧିକ୍ଷକ ସାଗରୀକା ନାଥ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ଜନଶୁଣାଣିରେ ମୋଟ ୨୬୦ଜଣରୁ ଉର୍ଦ୍ଧ ଲୋକ ତାଙ୍କର ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ । ମୁଖ୍ୟତ ଗ୍ରାମାଂଚଳର ରାସ୍ତା, ନିର୍ମାଣଧିନ କାର୍ଯ୍ୟପାଇଁ ନଦୀ ବାଲିର ପ୍ରତିବନ୍ଧକ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଦ୍ୟୁତ୍ ସମସ୍ୟା ତଥା ପାନୀୟ ଜଳକୁ ନେଇ ଅଧିକାଂଶ ଲୋକେ ଅଭିଯୋଗ କରିଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ଲୋକମାନେ ଶହଶହ ଅଭିଯୋଗ ପତ୍ର ପ୍ରଦାନ କରିଥିବା ବେଳେ ଆଜିର ଏହି ଜନ ଶୁଣାଣିରେ ମଧ୍ୟ ଏତେ ସଂଖ୍ୟାରେ ଲୋକ ଯୋଗଦେଇ ତାଙ୍କର ଅଭିଯୋଗ ପତ୍ର ଦାଖଲ କରିବା ଏକ ଚିନ୍ତାର ବିଷୟ ହୋଇଛି । ସଚିବଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ତଥା ପୂର୍ବ ଜନଶୁଣାଣୀରେ ଲୋକଙ୍କର କୈାଣସୀ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାକୁ ନେଇ ବିଭିନ୍ନ ଅଭିଯୋଗକାରୀ ମାନେ ଏହା ଏକ ପ୍ରହସନ ବୋଲି ମନ୍ତବ୍ୟ ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା । ଲୋକମାନେ ଦୂରଦୂରାନ୍ତରୁ ନିଜର ସମସ୍ୟା ନେଇ ବାରମ୍ବାର ଏହି ଜନ ଶୁଣାଣୀକୁ ଆସୁଥିବା ବେଳେ ବିଭାଗୀୟ ଅଫିସରମାନେ ଦିନ ଗଡାଇ ଚାଲିଛନ୍ତି । ଏହି ମିଳିତ ଜନ ଶୁଣାଣୀରେ ବିଭାଗୀୟ ଜିଲ୍ଲା ଅଧିକାରୀ ତଥା ଜଳେଶ୍ୱରର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବଡନଗର ଗ୍ରାମର କଲ୍ୟାଣ କୁମାର ପଣ୍ଡା ନାମକ ଶିକ୍ଷକ ଯିଏକି କସିଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଘରେ କୋଚିଂ ସେଣ୍ଟର ଖୋଲି ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦେଉଛନ୍ତି । କୋଚିଂ ସମୟରେ ଛାତ୍ରୀ ମାନଙ୍କ ସହିତ ଅସଦାଚରଣ କରୁଥିବାର କିଛିଦିନ ତଳେ ଅଭିଭାବକ ମାନେ ଅଭିଯୋଗ କରିଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ସେ ବିଷୟରେ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ ୭ ଦିନ ମଧ୍ୟରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଥିବା ଜଣାଯାଇଛି ।

Post a Comment

Previous Post Next Post