ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର


ଜଳେଶ୍ବର,୩/୭ (ଜଗନ୍ନାଥ ଗୋଛାୟତ) ଓଡ଼ିଶା ରକ୍ତକେନ୍ଦ୍ରର ବାଲେଶ୍ଵର ଶାଖାର ଦିବଂଗତ ଡାକ୍ତର ମହେଶ କୁମାର ବିଶ୍ବାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜଳେଶ୍ବର ବ୍ଲକ ଚନ୍ଦନାଠାରେ ପଵିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମଓଡ଼ିଶା ମିଳିତ ସହଯୋଗରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ସୁବିର ସେନାପତି, ସଂପାଦକ ଭାସ୍କର ରଂଜନ ସ୍ୱାଇଁ ଓ କୋଷାଧ୍ୟକ୍ଷ ବିକାଶ କୁମାର ଧରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଖଗେନ୍ଦ୍ର ନାଥ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ଇଂ ହୃଷିକେଶ ସାହୁ, ସାଙ୍ଗଠନିକ ସହ ସମ୍ପାଦକ ମନୋରଞ୍ଜନ ଦାସ, ଡକ୍ଟର କୁମାର ଗୋପାଲ, ରକ୍ତଭଣ୍ଡାର ଡାକ୍ତର ତାରାକାନ୍ତ ନନ୍ଦ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ନନ୍ଦଙ୍କ ନେତୃତ୍ୱରେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ଜେନା, ଜ୍ୟୋତିଷ ପ୍ରଧାନ, ପ୍ରଭାତ କୁମାର ବାରିକ ସହଯୋଗୀ କ୍ଷୀରୋଦ ଚନ୍ଦ୍ର ବେହେରା, ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଦୀପକ କୁମାର ସାହୁ, ଦୀପ୍ତିରାଣୀ ନନ୍ଦୀ, ରାଜେଶ ଖଟୁଆ, ସମୀର କର୍ମକାର, ସାଧୁଚରଣ ପରିଡା, ବଳରାମ ପାଳ, ରବୀନ୍ଦ୍ର ଦାସ, ବିଶ୍ୱଜିତ ସାହୁ, ଗୋପୀନାଥ ଧଳ, ସନ୍ୟାସୀ ପରିଡ଼ା, ତପନ ମହାନ୍ତି, ଶୁଭମ କୁମାର ମିଶ୍ର, ଶୁଭମ ପ୍ରଧାନ, ରାକେଶ ବାରିକ, ଶତାବ୍ଦୀ ତନୟା ରଣା, ଶ୍ରଦ୍ଧା ପ୍ରୟଦର୍ଶନୀ, ସମ୍ବାଦ ଜଳେଶ୍ବର ପ୍ରତିନିଧି ସତ୍ୟବ୍ରତ ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ସୁବ୍ରତ କୁମାର ରଣା ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post