ଜଳେଶ୍ୱର,୩/୭ (ଜଗନ୍ନାଥ ଗୋଛାୟତ) ସି.ଆଇ.ଟି.ୟୁ ଜଳେଶ୍ଵର ବ୍ଳକ କମିଟୀ ତଥା ସି.ପି.ଆଇ( ଏମ) ସୁଗୋ ଶାଖା ତରଫରୁ ମୋ ଘର ଯୋଜନାରେ ଥିବା ବ୍ୟବସ୍ଥା ଗତ ସମସ୍ୟା ତଥା ନୂତନ ଆବାସ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସଂଯୋଗ କରିବା ନେଇ ଜଳେଶ୍ଵର ବ୍ଲକଗସ୍ତରେ ଆସିଥିବା ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ମୋ ଘର ଯୋଜନାରେ ଋଣ ଦେବାରେ ଯେଉଁ ବ୍ୟାଙ୍କ ବ୍ୟବସ୍ଥା କରାଯାଇଛି ଏଥିରେ ଅନେକ ସମସ୍ୟା ହେବାର ସମ୍ଭାବନା ଆସୁଛି । ଘର ଡ଼ିହ ପଟ୍ଟା ସହ ଜମିର ପରିମାଣକୁ ହିସାବକୁ ନିଆଯାଇଥିବାରୁ ବ୍ୟାଙ୍କରେ ବନ୍ଧକ ସୂତ୍ରରେ ଆବଶ୍ୟକ ଜମି ଦେବାକୁ ଘର କରିବାକୁ ଚାହୁଁଥିବା ବ୍ୟକ୍ତି ପାଖରେ ସେତକ ଜମିନ ହେବାରୁ ସମସ୍ୟା ଦେଖାଯିବା ସହ ୧ ଲକ୍ଷ ୨୦ହଜାର ଟଙ୍କା ଆବାସ ପାଇଁ ନେଇ ଘର କରିଥିବା ଲୋକ ଘରକାମ ସଂପୂର୍ଣ୍ଣ ଶେଷ କରିପାରିନାହିଁ । ତେଣୁ ବ୍ଲକ୍ ଅଧିକାରୀଙ୍କ ତଦନ୍ତ ଅନୁସାରେ ବାସ୍ତବତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଋଣ ପ୍ରଦାନ କରିବା । ଏବଂ ୧ଲକ୍ଷ ୨୦ହଜାର ଟଙ୍କା ପାଇଥିବା ଲୋକଙ୍କୁ ମୋ ଘର ଯୋଜନାରେ ଆବେଦନ କରିବାର ସୁଯୋଗ ଦେବା । ଅଧାଟଙ୍କା ଛାଡ କରିବା । ଏବଂ ବାକିଥିବା ଯୋଗ୍ୟ ହୀତାଧିକାରୀଙ୍କୁ ଆବାସ ତାଲିକାରେ ସଂଯୋଗ କରିବାର ଦାବୀ ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସି.ଆଇ.ଟିୟୁର ବ୍ଲକ୍ ସଂପାଦକ ପଲଟୁ ଦାସ ସମେତ ସି.ପି.ଆଇ ଏମ ର ବରିଷ୍ଠ ତଥା ଲୋକଲ କମିଟି ସଂପାଦକ ଦିଲ୍ଲିପ କୁମାର ଗିରି; ଦିପ୍ତିମାନ ଆଚାର୍ଯ୍ୟ; ସୁଗୋ ଶାଖା ସଂପାଦକ ମଦନମାହାଲି; ରୁହ୍ୟା ଟୁଡ଼ୁ; ବିଦ୍ୟାଧର ପାତ୍ର; ଗୌରୀକାନ୍ତ ମହାନ୍ତି; ଅଜିତ ଦାସ; ମମତା ରାଜ; ଗଣେଶ ଜେନା ଆଦି ନେତୃତ୍ଵ ମାନେ ଉପସ୍ଥିତ ଥିଲେ ।
ମୋ ଘର ଯୋଜନାରେ ଥିବା ବ୍ୟବସ୍ଥା ଗତ ସମସ୍ୟା ତଥା ବାଦ ପଡିଥିବା ଯୋଗ୍ୟତାଧିକାରୀ ର ନାମକୁ ଆବାସ ଯୋଜନା ତାଲିକାରେ ରଖିବାକୁ ସି.ପି.ଆଇ ( ଏମ) ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ
ଆଜତକ ଓଡ଼ିଶା
0
Post a Comment