ଜଳେଶ୍ୱର,୨୫/୭(ଜଗନ୍ନାଥ ଗୋଛାୟତ) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଶ୍ଚିମବାର୍ଡ ମଣ୍ଡଳ ୧୦ନଂ ଜିଲ୍ଲା ପରିଷଦ ଜୋନ ଝାଡ଼ପିମ୍ପଲ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ବାସଭବନରେ ପୂର୍ବତନ ୱାର୍ଡମେମ୍ବର ତଥା ବିଜେଡ଼ି ନେତା ଜୟଦ୍ରଥ ଜେନାଙ୍କ ନେତୃତ୍ୱରେ ବହୁ ବିଜେଡ଼ି ନେତା ଓ ସକ୍ରିୟ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି, ଆଦର୍ଶ ଓ ସୁଶାସନରେ ଅନୁପ୍ରାଣିତ ହୋଇ ତଥା ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଜୀଙ୍କ ବଳିଷ୍ଠ ନେତୃତ୍ୱ ଆଧାରରେ ଜଳେଶ୍ୱର ଭାଜପାର ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ । ଝାଡ଼ପିମ୍ପଲ ପଞ୍ଚାୟତ ପ୍ରମୁଖ ରାମଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଉକ୍ତ ମିଶ୍ରଣ ପର୍ବରେ ଭାଜପା ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ, ସାଂସଦଙ୍କ ବ୍ଲକ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନଗର ସଭାପତି ତଥା ସାଂସଦଙ୍କ ପୌର ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ମଣ୍ଡଳ ସଭାପତି ବିଜୟ ସାମଲ, ମଣ୍ଡଳ ପ୍ରଭାରୀ ଆଦିତ୍ୟ ନାରାୟଣ ପାତ୍ର,ରତ୍ନାକର ଜେନା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଦେବ ପାଠୀ, ବିସ୍ତାରକ ସୁଧୀର ଦାସ,ପଞ୍ଚାୟତ ସହପ୍ରମୁଖ ରାଧାକୃଷ୍ଣ ଜେନାଙ୍କ ଉପସ୍ଥିତିରେ ଯୁବନେତା ଅଜୟ କୁମାର ନନ୍ଦୀ, ବିଶ୍ୱଜିତ ଜେନା, ଶମ୍ଭୁନାଥ ଜେନା, ସୁଶାନ୍ତ ଦାସ, ଶିବଚରଣ ବେହେରାଙ୍କ ସମେତ ବହୁ କର୍ମୀ ବିଜେପିରେ ଵିଧିବଦ୍ଧ ଭାବେ ସାମିଲ ହୋଇଥିଲେ ।

Post a Comment