ନେସ୍କୋ ପାୱାର ଏମ୍ପ୍ଲୟୋଜ ୟୁନୀୟନ୍ ଜଳେଶ୍ଵର ର କର୍ମୀ ସମ୍ମିଳନୀ। ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା


ଜଳେଶ୍ଵର,୨୦/୭(ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ଭଞ୍ଜ ଭବନ ପରିଶରରେ ରେ ନେସ୍କୋ ପାୱାର ଏମ୍ପ୍ଲୋଏଜ୍ ୟୁନିୟନ ର ଏକ ଜରୁରୀ କାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି।ପ୍ରସାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ୟୁନିୟନର ସାଧାରଣ ସମ୍ପାଦକ ରବୀନ୍ଦ୍ର ବେରା, ସହ ସାଧାରଣ ସମ୍ପାଦକ ବୃନ୍ଦାବନ ମହାନ୍ତି, ଭରତ ସେଠୀ, ସତ୍ୟ ନାରାୟଣ(ବିଜୁ ଭାଇ) ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ରବୀନ୍ଦ୍ର ବେରା ଶ୍ରମିକ ମାନଙ୍କୁ ଏକତା ହୋଇ କାର୍ଯ୍ୟ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆହ୍ୱାନ ଦେଇଥିବା ବେଳେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ପାଇଁ ଜଳେଶ୍ଵରରେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରିଥିଲେ।ବରିଷ୍ଠ ଶ୍ରମିକ ନେତା ନିଃସ୍ଵାର୍ଥପର ବ୍ୟକ୍ତି ହରିଶଙ୍କର ଦାସ ଡିଭିଜନ୍ ସମ୍ପାଦକ, ସହ ସମ୍ପାଦକ ଭାବେ ଯୁବନେତା ନିମାଇଁ ଚରଣ ପରିଡା, ଡିଭିଜନ ସଂଗଠକ ଭାବରେ ମନୋଜ ଦେ ,ସହ ସଂଗଠକ ରାମହରି ପାଳ, ଜଳେଶ୍ଵର ସବ୍ ଡିଭିଜନ ପାଇଁ ବିଶ୍ଵଜିତ ପରିଡା ସହ ସଂଗଠକ ସୁଦିପ ରଣା, ଭୋଗରାଇ ସବ୍ ଡିଭିଜନ ପାଇଁ ଗଗନ ଘଡାଇ, ସହ ସଂଗଠକ ଜ୍ୟୋତିକୃଷ୍ଣ ଭୂୟାଁ, ଉପଦେଷ୍ଟା ଭାବେ ପ୍ରଶାନ୍ତ ମହାନ୍ତି, ବିଷ୍ଣୁକାନ୍ତ ଦାସ, ରଘୁନାଥ ପାତ୍ର, ସୁଧୀର ମହାନ୍ତି ଏବଂ କାମେଶ୍ୱର ପରିଡାଙ୍କୁ ମନୋନୀତ କରା ଯାଇଥିଲା। ଜଳେଶ୍ଵରର ହାତୀଗଡ ସଂଗଠକ ସପନ କୁମାର ଜେନା, ନଂ୧ ସଂଗଠକ ଚିନ୍ମୟ କୁମାର ଜେନା, ନଂ୨ ସଂଗଠକ ଚନ୍ଦନ କୁମାର ଦତ୍ତ ଏବଂ ନାମ୍ପୋ ପାଇଁ ପ୍ରଶାନ୍ତ କୁମାର ସିଂ ଭୋଗରାଇ ଡିଭିଜନ ର ଚନ୍ଦନେଶ୍ଵର ସଂଗଠକ ମୃତ୍ୟୁଞ୍ଜୟ ସାହୁ, ଦେହୁର୍ଦ୍ଦା ପ୍ରଦିପ କୁମାର ଖଣ୍ଡା, ଭୋଗରାଇ ହୀରକ ଜେନା, କମର୍ଦ୍ଦା ହରିଶ ଚନ୍ଦ୍ର ଭୂୟାଁଙ୍କ ନାମ ଘୋଷଣା କରା ଯାଇଥିଲା। ସମସ୍ତ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା ହେବା ମାତ୍ରେ ଶ୍ରମିକ ମାନେ ଆନନ୍ଦିତ ହୋଇଥିଲେ ଏବଂ ନୂତନ ମନୋନୀତ ନେତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ।ସଭା ଭଙ୍ଗ ହେବା ପରେ ପରେ ଟିପିଏନଓଡିଏଲ ଜଳେଶ୍ଵରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମ୍ୟରଞ୍ଜନ ନାୟକଙ୍କ ସହ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା।

Post a Comment

Previous Post Next Post