ଆଶାଲତା ଜେନାଙ୍କ ସ୍ମୃତିରେ ରକ୍ତଦାନ ଶିବିର


ବାଲେଶ୍ବର,୨୩/୭(ଲକ୍ଷ୍ମୀଧର ବାରିକ) ବାଲେଶ୍ବର ସହରର ଗୁଡ଼ିପଦା ଅଞ୍ଚଳର ଆଶାଲତା ଜେନାଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୃଦୟାନନ୍ଦମାର୍ଗ କମିଟି ପକ୍ଷରୁ ‘ସମ୍ବାଦ- ଆମଓଡ଼ିଶା’ ମିଳିତ ସହଯୋଗରେ ଦିଲ୍ଲୀପ କୁମାର ଚାନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ରବୀନ୍ଦ୍ର ଦାଶ, ସମ୍ପାଦକ ଅଶେଷ କୁମାର ପଣ୍ଡା, ସକ୍ରିୟ ସଭ୍ୟ ଶକ୍ତିକାନ୍ତ ଜେନା, ପ୍ରଭାକର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିର ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାମଚନ୍ଦ୍ର କିସ୍କୁ, ସମାଜସେବୀ ନିରଞ୍ଜନ ମହାନ୍ତି ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କମିଟିର ସଭ୍ୟ ସ୍ୱର୍ଗତ ନଗେନ୍ଦ୍ର କୁମାର ଲେଙ୍କା ବିୟୋଗରେ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ଆମର ଆତ୍ମା ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବିକାଶ ପଣ୍ଡା, ଭଗବାନ ଆଚର୍ୟ୍ଯ, ଫକୀର ଚରଣ ସ୍ୱାଇଁ, ସତ୍ୟନାରାୟଣ ସ୍ୱାଇଁ, ଗୌରାଙ୍ଗ ଚନ୍ଦ୍ର ଜେନା, ସୁଶାନ୍ତ କୁମାର ବେହେରା, କୈଳାସ ଚନ୍ଦ୍ର ସେଠୀ, ଗଣେଶ କାମିଳା, ଶ୍ରୀକୃଷ୍ଣ ବିହାରୀ ଦାସ, ସୁଜିତ୍‌ କୁମାର ପଣ୍ଡା, ଜଗନ୍ନାଥ ସେଠି, ସୁଶାନ୍ତ ମାଇତି, ଦିଲ୍ଲୀପ ଚାନ୍ଦ, ରଂଜୁରାଣୀ ଲେଙ୍କା, ନାରାୟଣ ପ୍ରଧାନ, ହେମନ୍ତ ପଣ୍ଡା, କ୍ଷୀରମଣୀ କମିଳା, ବସନ୍ତ ଜେନା, ରାଜଶ୍ରୀ ଜେନା, ଦୀଘା ଭାଈ, ଅନନ୍ତ ପ୍ରସାଦ ଜେନା, ଅନୁ ବେହେରା, ଚତୃଭୂଜ ଦାସ, ଗଣେଶ କାମିଳା, କେଶବ ମହାକୁଡ଼, ଆଶୁ ଷଡ଼ଙ୍ଗୀ, ଗୌରମୋହନ ସାହୁ, କାହ୍ନୁ ଚରଣ, ସମ୍ବାଦ ସାଥୀ ଅଚ୍ୟୁତ ଦାସ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post