ବାଲେଶ୍ଵର, ୨୩/୭ (ଲକ୍ଷ୍ମୀଧର ବାରିକ) ବାଲେଶ୍ଵର ରେମୁଣା ଗୁଲେଇ ଗଣେଶ୍ୱରପୁର ଫ୍ରିଡ଼ମ କାର ଫେସନସ୍ଥିତ ମା କେୟାର ପଲି କ୍ଲିନିକର ଶୁଭାରମ୍ଭ ଉପଲକ୍ଷେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ- ଆମ ଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। କ୍ଲିନିକ ମୁଖ୍ୟ ପ୍ରଦୀପ୍ତ କୁମାର ବାଗଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ରେମୁଣା ଏନଏସସିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଅନ୍ୟତମ ଅତିଥି ଭାବେ ଶଲ୍ୟ ବିବାଘର ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ହୋମିଓପ୍ୟାଥିକ ଡାକ୍ତର ପରମାନନ୍ଦ ବାଗ, ଦ୍ଵାରିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହରିପ୍ରିୟା ପାତ୍ର, ଜିଲ୍ଲା ରକ୍ତଦାତା ସଂଘର ଅଫିସ ସମ୍ପାଦକ ଭଗବାନ ମହାନ୍ତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ କାର୍ଯ୍ୟ କରିଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଡା. ଉପାଧ୍ୟାୟଙ୍କ ନେତୃତ୍ୱରେ ଟେକ୍ନିସିଆନ ଦେବାଶିଷ ଦତ୍ତ, ଅଜୟ କୁମାର ମହାପାତ୍ର ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସତ୍ୟଭାମା ସାହୁ, ହରିପଦ ପାତ୍ର, ଶ୍ୟାମ ସୁନ୍ଦର ବାଗ, ଭବେଶ ପାଣିଗ୍ରାହୀ, ରାଜୀବ ଲୋଚନ ନାୟକ, ଅନୀଲ କୁମାର ଦାସ, ବିଭୂତି ସେଠି, ସାଗର ମହାପାତ୍ର, ମାଳବିକା ଗିରୀ, ଗୀତାଞ୍ଜଳି ସେଠୀ, ଲକ୍ଷ୍ମୀ ମହାନ୍ତ, ବିରୁପାଖ୍ୟ ଜ୍ୟୋତି, ପ୍ରଳୟ ଜେନା, ସୁରେଶ ଚନ୍ଦ୍ର ସାମଲ, ଗୀତା ବେହେରା, ରବୀନ୍ଦ୍ର ମାଝୀ, ସମ୍ବାଦ ସାଥି ଟୁନା ମିଶ୍ର, ସମ୍ବାଦ- ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆଜି ମାଗଣାରେ ମଧୁମେୟ ପରୀକ୍ଷା ୩୫ଜଣଙ୍କର କରାଯାଇଥିଲା। ଆସନ୍ତା କାଲି ଏକ ମାଗଣା ସ୍ୱାସ୍ଥ୍ୟ ସେବା ସକାଳ ୧୦ଟାରେ ଅନୁଷ୍ଠିତ ହେବ।

Post a Comment