ଡ୍ରେନ ନ ଥିବାରୁ ଗାଁ ମାଝୀ ରେ ପାଣି ଘେରା


ଧର୍ମଗଡ,( ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧଅଁରପୁର ଗାଁ ଜଗନ୍ନାଥ ମନ୍ଦିର ସମ୍ମାନରେ ଆଣ୍ଠୁଏ ପାଣି। ଗାଁର ଏମୁଣ୍ଡ ଯାଏ ରାସ୍ତାରେ ଖାଲି ପାଣି ଆଉ ପାଣି।କେବଳ ବର୍ଷା ସମୟରେ ଏଭଳି ସମସ୍ୟା ଦେଖା ଯାଏ।ରାସ୍ତା ଦେଇ ଶହଶହ ଯାନବାହାନ ଯାତାୟତ କରିଥାଏ।ସାଧାରଣ ଭାବେ ଲୋକେ ଯିବା ଆସିବା ବହୁତ୍ ଅସୁବିଧା ସାମ୍ନା କରି ଆସୁଛନ୍ତି। ଗତ କିଛି ବର୍ଷ ତଳେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ଅଧିନରେ ପ୍ରଧାମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା କାମ ହୋଇ ଥିଲା। ରାସ୍ତା କାମ ନିର୍ମାଣ ହୋଇଥିବା ରୁ ଗାଆଁ ଲୋକେ ଖୋସି ହୋଇଥିଲେ। ଯେତେବେଳେ ଗାଆଁ ରାସ୍ତାରେ କଂକ୍ରିଟ କାମ ଆରମ୍ଭ ହେଲା ରାସ୍ତା ଦୁଇ କଡ ରେ ଡ୍ରେନ ବ୍ୟବସ୍ଥା ନକରି ବିଭାଗୀୟ ଯନ୍ତ୍ରୀ ସିଧାସଳଖ କଂକ୍ରିଟ କାମ ଶେଷ କରିଥିଲି। ଡ୍ରେନ ନଥିବା ଯୋଗୁ ଗାଁ ମଝିରେ ପାଣି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପରି କି ରାସ୍ତାର ଦୁର୍ଦ୍ଦଶାକୁ ନେଇ ବିଭାଗ କୁ ବାରମ୍ବାର ଅଭିଯୋଗ କରି ଥକି ପଡ଼ିଥିବା କୁହାଯାଉଛି ।ଯଦି ଆଗକୁ ଡ୍ରେନ ନ କରା ଯାଏ ରାସ୍ତା ଅବରୋଧ କରିବୁ ବୋଲି ଗାଆଁ ଲୋକେ କହିଛନ୍ତି।

Post a Comment

Previous Post Next Post