ଧର୍ମଗଡ (ପ୍ରଦୀପ ସେଠୀଆ) ଧର୍ମଗଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନିଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ମନୋଜ ମୁଣ୍ଡ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଆଚାର୍ଯ୍ୟ ପରମେଶ୍ବର ମହାଳିକ ପରିଚାଳନା କରିଥିଲେ।ମେଳାରେ କିଶୋର ବିଭାଗରେ ୧୫, ବାଳ ବିଭାଗରେ ୩୩, ଶିଶୁ ବିଭାଗରେ ୨୯,କନିଷ୍ଠ ବିଭାଗରେ ୩୩ ଓ ଗଣିତ ବିଭାଗରେ ୬ ଏଭଳି ଭାବରେ ମୋଟ ୧୧୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ବିଚାରକ ଭାବେ ଶିକ୍ଷକ ନିରଞ୍ଜନ ମୁଦୁଲି,ମନୋଜ ପଣ୍ଡା,ସୁଧାଂଶୁ ଶେଖର ପଣ୍ଡା,ଝଙ୍କାର ନିଆଲ,ଦେବେଶ ପଣ୍ଡା,ଆଦି ଯୋଗ ଦେଇ ଥିଲେ। ଆଚାର୍ଯ୍ୟ ଦୁଃଖୀଶ୍ୟାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସରସ୍ଵତୀ ଶିଶୁ ମନ୍ଦିର ବିଜ୍ଞାନ ମେଳା
ଆଜତକ ଓଡ଼ିଶା
0
Post a Comment