ନୂଆପଡ଼ା (ପରମେଶ୍ବର ମେହେର) ଜନ୍ମ ଓ ମୃତ୍ୟୁ ସତ୍ୟ, ଜନ୍ମ ନେଉଛି ମାନେ ମରିବା ସତ୍ୟ,ସେଇକାରଣ ପାଇଁ ଉକ୍ତି ଅଛି ମର୍ତ୍ତ୍ୟମଣ୍ଡଳେ ଜନ୍ମ ନେଇ ଦେବତା ହେଲେ ହେଁ ମରଇ।ମୃତ୍ୟୁ ପରେ ଆତ୍ମୀୟ ସ୍ଵଜନ କେମିତି ପାର୍ଥିଵ ଶରୀର ର ଉତ୍ତମ ସବସଂସ୍କାର କରିବେ ଓ ଆତ୍ମା ସ୍ଵର୍ଗରେ ସ୍ଥାନ ପାଇବ ଧନୀ ଠାରୁ ଗରୀବ ଯାଏ ଆପ୍ରାଣ ଉଦ୍ୟମ କରିଥାନ୍ତି ଏହା ମଧ୍ୟ ନିରାଟ ସତ୍ୟ। ଜଣେ ମଣିଷ ର ମୃତ୍ୟୁ ହେବା ପରେ ମଧ୍ୟ ହସ ଖୁସି ଓ ଦୁଃଖର ସହ ସବଟିକୁ ସତ୍କାର କରିବା କୁ ପଡେ,ହେଲେ ଏକ ଅଭାବନୀୟ ପରିସ୍ଥିତି ରେ ଶବଟିକୁ ସତ୍କାର କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ପଞ୍ଚାୟତ ଅଧିନସ୍ଥ ମାକରର୍ବିର୍ଲି ଗ୍ରାମରେ।ସୂଚନା ଅନୁସାରେ ମାକରବିର୍ଲି ଗ୍ରାମର ତିଲେ ବାଗ ନାମକ ଜଣେ ମହିଳା କୌଣସି କାରଣ ବଶତଃ ମୃତ୍ୟୁ ବରଣ କରିଥିଲେ।ଯାହାଫଳରେ ନିଜ ସମ୍ପର୍କୀୟ ମାନେ ତାଙ୍କ ମୃତ ଶରୀର କୁ ଏକ ଖଟ ସାହାଯ୍ୟରେ ତିନି କିଲୋମିଟର ଦୂରବାଟ ଅତିକ୍ରମ କରିବା ପରେ ଶ୍ମଶାନ ପଡ଼ିଆ କୁ ପହଞ୍ଚିଥିଲେ,ହେଲେ ଦୁଃଖର ବିଷୟ ଏହା ଯେ ଶ୍ମଶାନ ପଡ଼ିଆ ଯିବାକୁ କୌଣସି ରାସ୍ତା ନଥିବାରୁ ଅତି ଶୋଚନୀୟ ଅବସ୍ଥାରେ ନଇଁ ନାଲ, ଧାନ ଚାଷ କରିଥିବା ଜମିକୁ ଅତିକ୍ରମ କରି ଘୋର ବର୍ଷାରେ ଅତି ଦୁଃଖ ଓ କଷ୍ଟର ସହ ଶ୍ମଶାନ ଘାଟ କୁପହଂଚାଇଥିଲେ ।ଯାହାକି ଏହା ଏକ ବହୁ ଦୁଃଖର ଓ ପରିତାପର ବିଷୟ ଅଟେ।ଓଡ଼ିଶା ସରକାର ଙ୍କ ଶାସନ କାଳରେ ଅନେକ ସ୍ମଶାନ ରେ ଶବ ସତ୍କାର ପାଇଁ ଗୃହ ନିର୍ମାଣ ହୋଇଥିବାବେଳେ ଏଠି କିନ୍ତୁ ଚିତ୍ର ଓଲଟା । ବୋଡ଼େନ ଅଞ୍ଚଳରେ ବିଜୁ ଏକ୍ସପ୍ରେସ ନାମକ ଚାରି ରାସ୍ତା ନିର୍ମାଣ ହୋଇ ସାରିଛି ହେଲେ,ଶ୍ମଶାନ ପଡ଼ିଆ ଯିବାକୁ କୌଣସି ରାସ୍ତା ନାହିଁ।ତେଣୁ ସ୍ଥାନ ଚିହ୍ନଟ କରି ଶ୍ମଶାନ ପଡ଼ିଆ ଯିବାକୁ ଏକ ରାସ୍ତା ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ରୂପାନ୍ତରିତ କରଣ ନାମରେ ଯୋଜନା ଅନେକ ହେଲେ ଠିକାଦାର ପୋଷା ନା ବାସ୍ତବିକ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ର ସ୍ବପ୍ନ ଖବର ପ୍ରସାରଣ ପରେ ଜଣାପଡିବ।
ଶବସତ୍କାର ପାଇଁ ନାଅଛି ରାସ୍ତା ନାଅଛି ଶବ ସତ୍କାର ଗୃହ ନାହିଁ ନାହିଁ ରେ ସବୁ କିଛି
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment