ବାଲେଶ୍ବର,୩୦/୭(ଲକ୍ଷ୍ମୀଧର ବାରିକ): ସ୍ଥାନୀୟ ଷ୍ଟେସନ କ୍ଲବରେ ସମାଜସେବୀ ହ୍ରିତିକ ନାୟକଙ୍କ ନେତୃତ୍ବରେ ସଦର ନିର୍ବାଚନମଣ୍ଡଳୀରୁ ଶତାଧିକ ଯୁବ ଛାତ୍ରଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଜିର ଯୁବପିଢ଼ି କାଲିର ଭବିଷ୍ୟତ ଏହି ଉପରେ ଉଦ୍ବୋଧନ ଦେଇ ସମସ୍ତ ଯୁବପିଢ଼ିଙ୍କୁ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ଶ୍ରୀ ନାୟକ ଉଦ୍ବୋଧନ ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା। ଏହାସହିତ ଶ୍ରୀ ଗଣେଶଙ୍କ ପୂଜା ଉପଲକ୍ଷେ ଯୁବ ସଂଗଠକ ବିଭୁଦତ୍ତ ପରିଡ଼ାଙ୍କ ନେତୃତ୍ବରେ ଏକ ନୂତନ କ୍ଲବ ଉଦ୍ଘାଟନ ସହ ପୂଜା ପାଇଁ ମଧ୍ୟ ଆଲୋଚନା ହୋଇଥିଲା।
ଯୁବ ଛାତ୍ରଙ୍କ ଆଲୋଚନଚକ୍ର : ସାମାଜିକ କାର୍ଯ୍ୟକ୍ରମ ତ୍ବରାନ୍ବିତ ନେଇ ଆଲୋଚନା
ଆଜତକ ଓଡ଼ିଶା
0
Post a Comment