ଭବାନୀପାଟଣା ୧୪/୭ (ଶ୍ୟାମସୁନ୍ଦର ମାଝୀ) ଶୁକ୍ରବାର ଦିନ ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ୧୩ ଜଣ ବଟୁ ଙ୍କ ଯଜ୍ଞପବିତ ଧାରଣ ଓ ସଂସ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ରୋୟାଲ ପେଲେସ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ଯଜ୍ଞ ରେ ବ୍ରହ୍ମା ଭାବରେ ଶ୍ରୀମାନ ନିତ୍ୟାନନ୍ଦ ପାତ୍ର ଓ ମୁଖ୍ୟ ଆଚାର୍ଯ୍ୟ ଭାବରେ ଶ୍ରୀମାନ ପୁରୁନ୍ଦର ହୋତା ଏବଂ ଆଚାର୍ଯ୍ୟ ଙ୍କ ସହଯୋଗ ରେ ବୈଦିକ ରୀତିରେ ବ୍ରତପୋନୟନ କାର୍ଯ୍ୟ ପରିଚାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଧ୍ୟକ୍ଷ ଭାବରେ ତୁଷାର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ର ସଭାପତି ଜନାର୍ଦନ ପଣ୍ଡା, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ମୁଣ୍ଡ ତଥା କଳାହାଣ୍ଡି ପ୍ରତ୍ୟେକ ବ୍ଲକ ର ସଭାପତି ,ସମ୍ପାଦକ ଓ ଭବାନୀପାଟଣା ବ୍ରାହ୍ମଣ ସମାଜ ସଭାପତି ଜଗନ୍ନାଥ ମୁଣ୍ଡ, ସମ୍ପାଦକ ଉମେଶ ଚନ୍ଦ୍ର ମୁଣ୍ଡ , କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ
ଆଜତକ ଓଡ଼ିଶା
0
Post a Comment