ସୁବର୍ଣ୍ଣପୁର (ଗଣପତି ବାଘ) ଗତକାଲି ପ୍ରାୟ ସଂନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଠାରେ ବୁଲେଟ ଓ ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିବା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ମହଦା ଗାଁ ର ୨୨ବର୍ଷୀୟ ତ୍ରିଲୋଚନ ଭୋଇ ବୋଲି ଜଣା ପଡ଼ିଛି । ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିଲା ଫଳରେ ସୋନପୁର ବୀରମହାରାଜପୁର ରାସ୍ତା କୁ ଅବରୋଧ ରହିଥିଲା ା ଫଳରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ପରେ ରାସ୍ତା ଅବରୋଧ ହଟିଥିଲା। ବୁଲେଟ ଚାଲକ ଙ୍କୁ ସ୍ଥାନୀୟ ଲୋକେ ଧରି ରଖିପୋଲିସକୁ ଜିମାଦେଇଥିବା ବେଳେ ପୋଲିସ ଶବକୁ ଜବତକରି ଅଧିକ ଅନୁସନ୍ଧାନ ଜାରିରଖିଛି ।
ବୁଲେଟ ଓ ସାଇକେଲ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ଜଣେମୃତ
ଆଜତକ ଓଡ଼ିଶା
0
Post a Comment