ବଲାଙ୍ଗୀର (ଗଣେଶ ଦାସ) ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ଗ୍ରାମ ପଞ୍ଚାୟତ ପାର୍ଶ୍ଵଦେଇ ପ୍ରବାହିତ ଲାନ୍ଥ ନଦୀ କୂଳରେ ବୃକ୍ଷ ଓ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରକୃତିପ୍ରେମୀ ଯଥା ଡେଙ୍ଗ ହାଇସ୍କୁଲର ପ୍ରଧାନଶିକ୍ଷକ ଚଣ୍ଡାଳ ମିଶ୍ର ଯୋଗଦେଇ ଥିଲେ । ନଦୀ କୂଳରେ ବୃକ୍ଷ ରୋପଣ ଦ୍ଵାରା ପରିବେଶର ଦୁଇଟି ଲକ୍ଷ ସାଧିତ ହେବ । ବୃକ୍ଷ ଆମକୁ ଯାହାଦେବା କଥା ଦେବ ଆହୁରି ମଧ୍ୟ ମୂର୍ତ୍ତିକା ସଂରକ୍ଷଣ ହୋଇପାରିବ ବୋଲି ଅତିଥି ଶ୍ରୀମିଶ୍ର ମତବ୍ୟକ୍ତ କରିଥିଲେ । ଡେଙ୍ଗ ଗ୍ରାମର ଯୁବ ଗୋଷ୍ଠୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଲାନ୍ଥ ନଦୀ କୂଳରେ ଏକ ଶହ ଚାରl ଓ ପାଞ୍ଚ ହଜାରରୁ ଅଧିକ ମଞ୍ଜି ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ମନ୍ଥନ ଭୋଇ, ସୁନୀଲ ରଣା, ଯଜ୍ଞାନେଶ୍ୱର ରଣା, ପୃଷ୍ଟିରଞ୍ଜନ ରଣା, ଆକାଶ ରଣା , ଶ୍ରିତମ ରଣା , ତୋଫାନ ରଣା, ହିତେଶ ଭୋଇ, ଗ୍ରାମବାସୀ ଜିତୁ ଭୋଇ, ନିମାଇଁ ଚରଣ ବଗର୍ତ୍ତି, ବସନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଦୀପକ ସେନ ଧରୁଆ ପରିଚାଳନା କରିଥିବା ବେଳେ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment