ଗୋଲାମୁଣ୍ଡା ୦୪/୭(ଶ୍ୟାମସୁନ୍ଦର ମାଝୀ) ଜଙ୍ଗଲ ଆଇନ ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨ ଅନୁସାରେ କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ସ୍ଥିତ ରେଙ୍ଗସାପାଲି ଗ୍ରାମ ପଂଚାୟତ ଅଧୀନରେ ଥିବା ସଂକ୍ରିପାଳି, ବଦେଲ ପାଳି, ନୁଆଁ ମୁଣ୍ଡା, ଓ କର୍ପା ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ଅନ୍ୟାନ ପାରମ୍ପରିକ ସମ୍ପ୍ରଦାୟର ଲୋକେ ଦୀର୍ଘ ପଚିଶ ବର୍ଷ ଧରି ଜଙ୍ଗଲ ଜମିରେ ବିଭିନ୍ନ ପ୍ରକାର ଚାଷ କରି ନିଜ ନିଜର ପରିବାରଙ୍କ ଜୀବନ ପ୍ରତିପୋଷଣ କରି ରହି ଆସୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଯେଉଁ ମାନେ ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ଚାଷ କରୁଥିବା ଚିହ୍ନଟ କରି ଜମି ପଟା ପ୍ରଦାନ କରିଥିଲେ । ପଟା ପ୍ରଦାନ କରିବା ଦ୍ୱାରା ନିଜ ନିଜ ଜମିରେ ଚାଷ ବାସ କରି ଜୀବିକା ନିର୍ଭର କରି ଆସୁଛନ୍ତି ହେଲେ ଦୁଃଖର ବିଷୟ ଏହି ଯେ ଚଳିତ ୨୦୨୩ ବର୍ଷରେ ଜମିରେ ଧାନ ବୁଣି ଥିବାବେଳେ ଦଶପୁର ବନପାଳ ନିଜର ବିଭାଗ ସହିତ ଯାଇ ସେହି ଧାନ ବୁଣି ଥିବା ଜମିରେ ବଳପୂର୍ବକ ଭାବେ ବୃକ୍ଷ ରୋପଣ କରିଛନ୍ତି । ସେମାନେ କାକୁତି ମିନତି ସହ ଜଣାଇବା ସହିତ ନିଜ ନିଜର ଜମି ପଟା ଦେଖାଇ ଥିଲେ ସୁଦ୍ଧା ବନପାଳ ଶୁଣିବାକୁ ନାରାଜ ହୋଇ ଥିଲେ । ଏହା ଦ୍ୱାରା ଗରିବଙ୍କ ପ୍ରତି ବନପାଳ ଙ୍କ ଏଭଳି ଅନ୍ୟାୟ କୁ ନେଇ ଉପଜିଲ୍ଲାପାଳ ଧର୍ମଗଡ଼ ଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲୁ ବୋଲି ଯୁଗଳ ମାଝୀ, ଫଗୁନ ମାଝୀ, ଜିତୁ ମାଝୀ, ବିଦ୍ୟାଧର ମାଝୀ, ବନିତା ବିହାରୀ, ଚମ୍ପା ବିହାରୀ, ଜଗନ୍ନାଥ ନାଗ, ବିଷ୍ଣୁ ଭୁର୍ୟ, ତ୍ରିନାଥ ହରିଜନ, ନୁରୁ ମାଝୀ, ରେବତୀ ଝାଙ୍କର, ଯମୁନା ମାଝୀ, ଜୟ ମାଝୀ, ପ୍ରମୁଖ ମତ ପ୍ରକାଶ କରିଥିଲେ । ଅଧିକାଂଶ ଆଦିବାସୀ ଓ ଅନୁସୂଚି ଜାତି ଦାବି କରିଛନ୍ତି ଯେ ଆମ୍ବ ମାନଙ୍କର ଦାବି ପୂରଣ ନ ହୋଏ ତେବେ ଜୋରଦାର ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

Post a Comment